ବରଗଡ଼, ୧୯/୦୫ : ଦୁଷ୍କର୍ମୀ ବାପାକୁ ଆଜୀବନ ସଜା। ୧୨ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ। ଏହାସହ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ DLSAଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ।
ମାମଲାଟି ହେଉଛି ୨୦୨୦ ମସିହା ଫେବୃଆରୀ ୨୨ ତାରିଖର। ଜଣେ ନାବାଳିକା ଝିଅକୁ ତାର ବାପା ଦୁଷ୍କର୍ମ କରିଥିବା ନେଇ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଷ୍କର୍ମୀ ବାପାକୁ ଆଜୀବନ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟ DLSAଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ସରକାରୀ ଓକିଲ ଦ୍ୱିତିଷ୍ ଆଚାର୍ଯ୍ୟ ଏହି ମାମଲାକୁ ପରିଚାଳନା କରିଥିଲେ।