ଭୁବନେଶ୍ୱର ୧୯/୦୫: ପୋଲାଭରମ ବିବାଦକୁ ନେଇ ଚାରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପ୍ରସଙ୍ଗ। ମେ ୨୮ରେ ଆଭାସୀ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ହେବ ଆଲୋଚନ। ଓଡ଼ିଶାର ତାର ଯୁକ୍ତି ଉପସ୍ଥାପନ କରିବ। ଆପୋଷ ବୁଝାମଣା ମାଧ୍ୟମରେ ବିବାଦ ସମାଧାନ ବାଟ ଫଟିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଆଇନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶାର ସ୍ବାର୍ଥ ସହିତ କେବେ ବି ସାଲିସ କରାଯିବ ନାହିଁ। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ତଥ୍ୟ ଉପସ୍ଥାପନ କରାଯିବ। ଜଳସମ୍ପଦ ବିଭାଗ ଯୁକ୍ତି ଉପସ୍ଥାପନ କରିବ। ତେଣୁ ବୁଝାମଣା ମାଧ୍ୟମରେ ଯାହା ସମାଧାନ ହୋଇପାରିବ । ଆଲୋଚନା ମାଧ୍ୟମରେ ହେଲେ ବିବାଦର ସମାଧାନ ହେବ । ଜମି, ଜଳ, ଅଞ୍ଚଳର ସବୁ ବିବାଦ ସମାଧାନ ହେବ।
କିନ୍ତୁ ଏ ବାବଦରେ ଗତ ସରକାର ଯେଉଁ ନ୍ୟାୟିକ ଲଢେଇ କରିବା କଥା ସେଥିରେ ପଛଘୁଞ୍ଚା ଦେଲେ । କେବଳ ନିଜର ରାଜନୈତିକ ସ୍ବାର୍ଥ ଦେଖିଲେ ପୂର୍ବ ସରକାର । ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଗତ ସରକାର ଶୁଣୁନଥିଲେ । ବଧିର ପାଲଟି ଯାଇଥିଲେ ।