ପ୍ରମୂଖ ଖବର
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ

Published By : Prameya | May 19, 2025 10:13 AM

ଭୁବନେଶ୍ୱର,୧୯/୦୫: ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆସନ୍ତା  ୨୩ରେ ଶେଷ ହେବ । ଏହାପୂର୍ବରୁ  ତାଙ୍କ କାର୍ଯ୍ୟକାଳକୁ ପୁଣି ଆଉ ଏକ ବର୍ଷ  ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟପାଳଙ୍କ  କାର୍ଯ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି  କରାଯାଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ  କରିଛନ୍ତି ଶିକ୍ଷାବିତ୍‌ ଓ ବରିଷ୍ଠ ଅଧିକାରୀ । 

ରାଜ୍ୟପାଳଙ୍କ ସଚିବାଳୟର ଉଚ୍ଚଶିକ୍ଷା  ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ  ଚିତ୍ତରଞ୍ଜନ ମହାନ୍ତି ବିଭାଗୀୟ କମିଶନରଙ୍କୁ  ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ  କାର୍ଯ୍ୟାଳୟ ବୃଦ୍ଧି ସଂପର୍କରେ ଏକ ଚିଠି  ଲେଖିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି,  ପ୍ରଫେସର ଆଚାର୍ଯ୍ୟଙ୍କର ଆଗରୁ ବର୍ଦ୍ଧିତ  ହୋଇଥିବା କାର୍ଯ୍ୟକାଳକୁ ୧ ବର୍ଷ ପାଇଁ  କିମ୍ବା ନୂଆ କୁଳପତି ନିଯୁକ୍ତି ହେବା  ଯାଏ ବୃଦ୍ଧି କରାଯାଉ । ଯାହା ଓଡ଼ିଶା  ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ  ୨୦୨୪ର ସବ୍‌ ସେକ୍ସନ୍‌ (୬) ଅନୁଯାୟୀ  ବିଚାରକୁ ନିଆଯାଉ ବୋଲି କୁହାଯାଇଛି । 

ଏହାକୁ ନେଇ ଜଣେ ବରିଷ୍ଠ  ଅଧିକାରୀ ଅଭିଯୋଗ କରିଛନ୍ତି ଯେ  ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ  ୨୦୨୪ରେ କେବଳ ସବ୍‌ ସେକ୍ସନ୍‌-୬ରେ  କୁହାଯାଇଥିବା କଥାକୁ ଚିଠିରେ ଉଲ୍ଲେଖ  କରାଯାଇଛି । କିନ୍ତୁ ସବ୍‌ ସେକ୍ସନ-୧୦ରେ  ରହିଛି ଯେ ଯଦି କୌଣସି ବିଶ୍ୱବିଦ୍ୟାଳୟର  କୁଳପତିଙ୍କ କାର୍ଯ୍ୟାକାଳ ଶେଷ ହେଉଛି  ତାଙ୍କ ସ୍ଥାନରେ ନିକଟ ବିଶ୍ୱବିଦ୍ୟାଳୟର  କୁଳପତିଙ୍କୁ ଦାୟିତ୍ୱ ଦିଆଯାଇପାରିବ ।  ତେବେ ଏହାକୁ କାହିଁକି ବିଚାରକୁ  ନିଆଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । 

ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ  କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କର  କାର୍ଯ୍ୟକାଳ ଗତ ୨୦୨୪ ନଭେମ୍ବର  ୨୬ ତାରିଖରେ ଶେଷ ହୋଇଥିଲା ।  ନୂଆ କୁଳପତି ନିଯୁକ୍ତି ହେବା ଯାଏ କିମ୍ବା  ୬ ମାସ ପାଇଁ ତାଙ୍କର କାର୍ଯ୍ୟକାଳକୁ  ଉଚ୍ଚଶିକ୍ଷା ବିଭାଗ ବୃଦ୍ଧି କରିଥିଲା । ଅର୍ଥାତ୍‌  ୨୦୨୫ ମେ ୨୩ ତାରିଖ ଯାଏ ତାଙ୍କ  କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ତେବେ  ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ  ଗତକାଲି ରାଜଭବନ ପକ୍ଷରୁ ପ୍ରଫେସର  ଆଚାର୍ଯ୍ୟଙ୍କ କାର୍ଯ୍ୟକାଳକୁ ପୁନଃ ଏକ  ବର୍ଷ କିମ୍ବା ନୂଆ କୁଳପତି ନିଯୁକ୍ତି ହେବା  ଯାଏ ବୃଦ୍ଧି କରିବାକୁ ଚିଠି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.