ଭୁବନେଶ୍ୱର,୧୯/୦୫: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ତେବେ ୟୁନିଟ୍-୫ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପରିବର୍ତ୍ତେ ୟୁନିଟ-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ବିଦ୍ୟାଳୟ ପରିସର(କ୍ୟାପିଟାଲ ନର୍ସରୀ ନିକଟ)ରେ ନୂତନ ଗୃହରେ ଜନଶୁଣାଣି କରାଯିବ । ତେବେ ଖରା ଯୋଗୁ ସକାଳ ୮ଟାରୁ ଜନଶୁଣାଣି ଆରମ୍ଭ ହେବ । ତେଣୁ ସକାଳ ୮ଟା ସୁଦ୍ଧା ଅଭିଯୋଗକାରୀ ଆସି ୟୁନିଟ-୨ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ପହଞ୍ଚିବାକୁ ପଡିବ । ଅଭିଯୋଗକାରୀ ଆସିବା ବେଳେ ପଞ୍ଜୀକରଣ ପ୍ରାପ୍ତିସ୍ୱୀକାର ପତ୍ର, ପରିଚୟପତ୍ର ତଥା ଅଭିଯୋଗପତ୍ର ଆଣିବାକୁ ପଡ଼ିବ ।
ସୂଚନାଯୋଗ୍ୟଯେ, ଜନଶୁଣାଣି ପାଇଁ ୧୬ ତାରିଖଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିଲା । ସର୍ବାଧିକ ୧୦୦୦ ଜଣ ସେମାନଙ୍କ ନାଁ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଥିଲା ।