ଦାରିଙ୍ଗବାଡି,୧୯/୫(ଆପ୍ର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ପରିସରର ଚିତ୍ର ଦିନକୁ ଦିନ ବଦଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଥମେ ବ୍ଲକ ପରିସର ମଧ୍ୟରେ ଫେବର ବ୍ଲକ ପକାଯାଇଥିବା ବେଳେ ପରେ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ।
ବର୍ତ୍ତମାନ ବସିବା ପାଇଁ ବ୍ଲକ ପରିସର ମଧ୍ୟରେ ସିମେଣ୍ଟ ଚେୟାର ପକାଯାଇଥିବା ବେଳେ ରଙ୍ଗ ବେରଙ୍ଗର ଗଛ ଲାଗିଥିଲା ଦେଖିବାକୁ ମିଳିଛି । ଫଳରେ ବ୍ଲକ ପରିସର ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ବିଡିଓ ପ୍ରୀତି ରଞ୍ଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ ଏସବୁ ସୌନ୍ଦର୍ଯ୍ୟକରଣ କାମ ହୋଇଛି । ତେଣୁ ସାଧାରଣ ଲୋକ ବିଡିଓଙ୍କୁ ପ୍ରଶଂସା କରୁଛନ୍ତି ।