ଫିରିଙ୍ଗିଆ,୧୧/୦୫:କନ୍ଧମାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏବଂ ବଣ ପାହାଡ଼ ଘେରା ୨୪ ଟି ପଞ୍ଚାୟତ ବିଶିଷ୍ଠ ଦ୍ୱତୀୟ ବୃହତମ ବ୍ଲକ ଭାବରେ ପରିଚିତ । ଉପାନ୍ତ ଅଞ୍ଚଳ ଏବଂ ମ୍ୟାଲେରିଆ ପ୍ରବଣ ବ୍ଲକ ଭାବରେ ଫିରିଙ୍ଗିଆ ବ୍ଲକକୁ ପ୍ରଶାସନ ଗୁରତ୍ୱ ଦେଇ ଆସୁଛି । ଏନେଇ ଜନସାଧାରଣଙ୍କ ପାଇଁ ମ୍ୟାଲେରିଆ ଔଷଧ,ଔଷଧ ବୁଡା ମଶାରୀ ସମସ୍ତ ପରିବାରକୁ ପ୍ରଦାନ କରୁଥିବା ବେଳେ ଏଥିରୁ ବଞ୍ଚିତ ୩ ଅଙ୍ଗନବାଡି ଅଧୀନ ୭ ଶହରୁ ଉର୍ଦ୍ଧ ପରିବାର । ତେଣୁ ତୁରନ୍ତ ମଶାରୀ ଯୋଗାଇବାକୁ ଦାବି କରିଛନ୍ତି ସମୂହ ଗେରୁପଡା, ବଇରୀକୁମ୍ପା, ବେହିଙ୍ଗିଆ ଅଙ୍ଗନବାଡି କେନ୍ଦ୍ର ଅଧିନସ୍ଥ ଗ୍ରାମବାସୀ ।
ତେବେ ଗତ କିଛି ମାସ ପୂର୍ବରୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନିଜେ ଫୁଲବାଣୀ ବିଧାୟକଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବରିଷ୍ଠ ନେତା ସରକାରୀ କର୍ମଚାରୀଙ୍କ ଉପସ୍ଥିତରେ ମ୍ୟାଲେରିଆ ମୁକ୍ତ ପାଇଁ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଅଙ୍ଗନବାଡି କର୍ମୀ ସ୍ୱାସ୍ଥ୍ୟକର୍ମୀ, ଜନସାଧାରଣଙ୍କ ଉପସ୍ଥିତରେ ସଚେତନ କରିଥିଲେ ।ଏଥିସହ ପ୍ରତ୍ୟେକ ପରିବାରକୁ ସରକାରଙ୍କ ତରଫରୁ ଔଷଧ ବୁଡା ମଶାରୀ ପ୍ରଦାନ କରିବା ପାଇଁ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କିଛି ଲୋକଙ୍କୁ ମଧ୍ୟ ଔଷଧ ବୁଡ଼ା ମଶାରୀ ପ୍ରଦାନ କରା ଯାଇଥିଲା । ତେବେ ଆଜକୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଅଧିକାଂଶ ଗାଁରେ ବହୁ ପରିବାରକୁ ଔଷଧ ବୁଡ଼ା ମଶାରୀ ମିଳିବା ଦୂରର କଥା ସରକାରଙ୍କ ଦ୍ୱାରା ବଣ୍ଟନ ହେଉଥିବା ମଶାରୀ ମିଳିବ ବୋଲି ଉପାନ୍ତ ଅଞ୍ଚଳ ଲୋକେ ଜାଣି ନଥିବା ବେଳେ ସହ ସହ ପରିବାରକୁ ଔଷଧ ବୁଡ଼ା ମଶାରୀ ମିଳିନଥିବା ଭଳି ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ କେଳାପଡା ପଞ୍ଚାୟତର ୩ ଟି ଅଙ୍ଗନବାଡି କେନ୍ଦ୍ର ଅଧିନସ୍ଥ ୭ ସହରୁ ଅଧିକ ପରିବାର କୁ ଆଜି ପର୍ଯ୍ୟନ୍ତ ଔଷଧ ବୁଡ଼ା ମଶାରୀ ମିଳି ପାରି ନାହିଁ ଯାହାକୁ ନେଇଁ ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଏହି କେଳାପଡା ପଞ୍ଚାୟତ ଅଧୀନ ୩ଟି ୱାର୍ଡ ୮,୯ ଏବଂ ୧୦ ନମ୍ବର ୱାର୍ଡର ୩ ଟି ଅଙ୍ଗନବାଡି କେନ୍ଦ୍ର ଅଧୀନ ଗେରୁପଡା, ବେହିଙ୍ଗିଆ, ପୀଡ଼ିଆ ସରୁ, ଶଗଡି ପଦା, ବଇରୀ କୁମ୍ପା, ବଳରାମପୁର ଭଳି ୭ ରୁ ଉର୍ଦ୍ଧ ଗାଁରେ ୭ ଶହ ରୁ ଉର୍ଦ୍ଧ ପରିବାର ଅଛନ୍ତି । ଏହି ଗ୍ରାମ ଗୁଡିକରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଔଷଧ ବୁଡ଼ା ମଶାରୀ ମିଳି ପାରିନାହିଁ ଏହି ଘଟଣା କୁ ନେଇଁ ସ୍ଥାନୀୟ ଆଶା ଦିଦି ଙ୍କ ସହ ଯୋଗାଯୋଗ କରିଥିବା ବେଳେ ମଶାରୀ କମ ପରିମାଣ ରେ ଥିବାରୁ ବଣ୍ଟନ ହୋଇ ପାରିନାହିଁ ଓ ବିଭିନ୍ନ ଗାଁରୁ ଲୋକେ ଆସି ମଶାରୀ ପାଇଁ ପାଟି ତୁଣ୍ଡ କରୁଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୋଧ ପ୍ରଧାନଙ୍କୁ ପଚାରିବାରୁ ଅଙ୍ଗନବାଡି କର୍ମୀମାନେ ଉପଯୁକ୍ତ ସର୍ଭେ ନ କରି ଠିକ ତଥ୍ୟ ଦେଇନଥିବାରୁ ଔଷଧ ବୁଡ଼ା ମଶାରୀ ଦେବାରେ ଅସୁବିଧା ହୋଇଛି ସମସ୍ୟା ବିଷୟରେ ଅବଗତ ହେବା ପରେ ତୁରନ୍ତ ଏହି ଗ୍ରାମ ଗୁଡିକରେ କିଭଳି ମଶାରୀ ମିଳିପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତୁରନ୍ତ ଔଷଧ ବୁଡ଼ା ମଶାରୀ ପ୍ରଦାନ କରିବାକୁ ସମୂହ ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି।