ବାଲିଗୁଡ଼ା,୧୯/୦୫: ସରକାର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଓ ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ପାଣ୍ଠି ଅନୁସାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କିଛି ମଧ୍ୟମ କର୍ମଚାରୀମାନଙ୍କ ଯୋଗୁଁ ରାସ୍ତା ଗୁଡ଼ିକ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା କ-ନୂଆଗାଁ ବ୍ଳକ ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ ଠାରୁ ବନେଗାଁ ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପାଲଟିଛି ମରଣଯନ୍ତା।
ସୂଚନା ମୁତାବକ, ଏହି ରାସ୍ତାଟି ୨୦୧୮ ମସିହାରୁ ନିର୍ମାଣ ହୋଇଥିବା ବେଳେ ୨୦୨୩ ମସିହାରେ ଶେଷ ହୋଇଥିଲା। ବର୍ତ୍ତମାନ ପିଚୁ ଉଠି ଖାଲ ଖମା ହୋଇ ପିଚୁ ଗୁଡିକ ଏଣେ ତେଣେ ପଡ଼ି ରହିଥିବାରୁ ଯିବା ଆସିବାପାଇଁ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ଏହି ରାସ୍ତାରେ ଗମନାଗମନ କରୁଥିବା ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଯାତାୟତ କରନ୍ତି। ତେଣୁ ଏଥିପ୍ରତି ଦୃଷ୍ଟି ଆକର୍ଷଣ ଦେଇ ପ୍ରଶାସନ ରାସ୍ତା ମରାମତି କରିବାକୁ ଅଞ୍ଚଳର ସମାଜ ସେବୀ ବିବେକାନନ୍ଦ ପ୍ରଧାନଙ୍କ ସମେତ ବୃଦ୍ଧିଜୀବି ମହଲ ଦାବି କରିଛନ୍ତି।