ଖଜୁରୀପଡ଼ା ୧୮/୦୫( ଆପ୍ର) ଅପରେସନ ସିନ୍ଦୂର'ର ସଫଳତା ଏବଂ ବୀର ଯବାନଙ୍କ ସାହସ ଓ ପରାକ୍ରମ ପାଇଁ ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଛି ।ଏହି ପରିପ୍ରେକ୍ଷୀରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ମାଁ ବରାଳ ଦେବୀ ପୀଠରେ ଭାଜପା କର୍ମୀ ମାନେ ଉପସ୍ଥିତ ହୋଇ ବିଜୟ ତ୍ରିରଙ୍ଗା ଶୋଭା ଯାତ୍ରା କରିଥିଲେ ।ପ୍ରଥମେ ମା’ ବରାଳ ଦେବୀ ଙ୍କୁ ଦର୍ଶନ କରିବା ପରେ ଏହି ଶୋଭାଯାତ୍ରା ପ୍ରତି ଗାଁ କୁ ଯାଇଥିଲା । ଭାଜପା କର୍ମୀ ମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ, ବନ୍ଦେ ମାତରମ ଓ ଜୟ ଯବାନ ନାରା ଦେଇ ବିଭିନ୍ନ ଗ୍ରାମ ବୁଲିଥିଲେ।
ଏହି କାର୍ଯ୍ୟକ୍ରମରେ ଉପସଭାପତି ଭଗବାନ ଗୁରୁ, ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନ,ସହ ସମ୍ପାଦକ ଦେବାଶିଷ ସାହାଣୀ, ବୁଥ୍ ସଭାପତି ବିଜୟ ସାହୁ, ଵୁଥ ସମ୍ପାଦକ ବିଦୁର ପ୍ରଧାନଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।