ପ୍ରମୂଖ ଖବର
  • କନ୍ଧମାଳ : ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ବାପା
  • ||
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ପ୍ରହସନ ପାଲଟିଛି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି; ବାରମ୍ବାର ଅଭିଯୋଗ କଲେ ବି ହେଉନାହିଁ ସମାଧାନ

Published By : Bijay Swain | May 19, 2025 8:45 PM

ଦାରିଙ୍ଗବାଡି,୧୯/୫(ଆପ୍ର): ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ ଏକାଧିକ ଥର ଆସୁଥିଲେ ସୁଦ୍ଧା ଅଭିଯୋଗର ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଫଳରେ ପ୍ରହସନ ପାଲଟିଛି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି। ଏଭଳି ଅଭିଯୋଗ କରିଛନ୍ତି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସିଥିବା ଏକାଧିକ ବ୍ୟକ୍ତି।

ସୋମବାର ଦାରିଙ୍ଗବାଡି ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ୧୩୩ ଗୋଟି ଅଭିଯୋଗ ଶୁଣିଥିଲେ। ୧୩୩ ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୭୧ ଗୋଟି ହୋଇଥିବା ବେଳେ ୬୨ ଟି ସାମୁହିକ ଅଭିଯୋଗ ରହିଥିବା। ସିକରମାହାରେ ବସୁଧା ଯୋଜନାରେ ଜଳ ଯୋଗାଣ, ନେଟୱର୍କ ମରାମତି କାର୍ଯ୍ୟ ଓ  ବିଦ୍ୟୁତ୍ ସଂଯୋଗ ନିମନ୍ତେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ୧୬ରୁ ଉର୍ଦ୍ଧ ଥର ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ହୋଇ ନଥିବା କରୁଣାକର ପ୍ରଧାନ ଅଭିଯୋଗ କରିଥିଲେ। ସେହିପରି  ସରାମୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର ମୁଠାମାଝୀ ସରାମୁଳି ପଞ୍ଚାୟତରେ ଲକ୍ଷ୍ମୀ ବସଷ୍ଟାଣ୍ଡ ଓ ହାଟପଦା ନିମନ୍ତେ ୫ ଥରରୁ ଉର୍ଦ୍ଧ ଥର ଅଭିଯୋଗ କରିଥିଲେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଅଭିଯୋଗ କରିଥିଲେ। 

ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଫାଣ୍ଡି କାର୍ଯ୍ୟକାରୀ କରିବା ସହ ଜିଓ ଟାୱାର ନିର୍ମାଣ କରିବା ନେଇ ୫ ଥର ଅଭିଯୋଗ ପ୍ରଦାନ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ ଅଭିଯୋଗ କରିଛନ୍ତି। ଏଭଳି ଭାବେ ପ୍ରତ୍ୟେକ ଅଭିଯୋଗ ଶୁଣାଣୀରେ ଲୋକେ ଅଭିଯୋଗ କରୁଥିଲେ ସୁଦ୍ଧା ଅଭିଯୋଗର ସମାଧାନ ଦିଗରେ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଲୋକେ ଅଭିଯୋଗ ଶୁଣାଣୀକୁ ବାରମ୍ବାର ଆସି ଅଯଥା ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ ହେଉଥିବା ଅଭିଯୋଗ  କରିଥିଲେ। ଆଜିର ଅଭିଯୋଗ ଶୁଣାଣି ମଧ୍ୟରେ ସିମନବାଡ଼ି- ବୁଡାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୀଘ୍ର ସମ୍ପୂର୍ଣ୍ଣ, ଦନେକବାଡ଼ି-ସିର୍କାବର୍ଗ ରାସ୍ତା ମରାମତି, ସିର୍କାବର୍ଗ କୁ ପୂର୍ବ ଭଳି ୪ ଥର ବସ ଚଳାଚଳ, ଋଷିମାଳ ପର୍ଯ୍ୟଟନ ସ୍ଥଳୀକୁ ବିଦ୍ୟୁତ ସଂଯୋଗ ସହ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ, ଆତିନବାଡ଼ି ଗ୍ରାମକୁ ବିଦ୍ୟୁତ୍ ସଂଯୋଗ, ଦାରିଙ୍ଗବାଡିର ଅତିରିକ୍ତ ତହସିଲଦାର ନମିତା ପ୍ରଧାନ ମନମୁଖି ଭାବେ କାର୍ଯ୍ୟ କରୁଥିବା ଯୋଗୁଁ ତାଙ୍କ ବଦଳି, ଦାରିଙ୍ଗବାଡି ଲ୍ୟାମ୍ପରେ କାର୍ଯ୍ୟରତ ଏମଡିଙ୍କ କାର୍ଯ୍ୟ ଦକ୍ଷତା ଅଭାବ ଓ ଉଚ୍ଚ କତୃପକ୍ଷଙ୍କ ଇଚ୍ଛାଶକ୍ତି ଅଭାବ ହେତୁ ବିଭିନ୍ନ ଅନିୟମିତତା କାର୍ଯ୍ୟ ଯୋଗୁଁ ଜନ ସାଧାରଣ ଉଚିତ ସେବା ପାଇବାରୁ ବଞ୍ଚିତ ହେଉଥିବା ନେଇ ସଭାପତିଙ୍କ ସମେତ ସଦସ୍ୟମାନେ ଅଭିଯୋଗ କରିଥିଲେ।

ସେହିପରି ଘରବାରି ଜମି ପ୍ରଦାନ, ଆବାସ ଯୋଜନାରେ ଗୃହ ପ୍ରଦାନ, ବିଦ୍ୟୁତ ଯୋଗାଣ, ବସୁଧା ଯୋଜନାରେ ଜଳ ଯୋଗାଣ,ମେଡ଼ିକାଲ ସହାୟତା, ଭଳି ଅଭିଯୋଗ ହୋଇଥିଲା।  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏସପି ହରିଶ ବିଶି, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ଅତିରିକ୍ତ ସିଡିଏମଓ ଡ଼କ୍ଟର ଅକ୍ଷୟ ସାହୁ, ଡେପୁଟି କଲେକ୍ଟର ପୂର୍ଣ୍ଣ ଚନ୍ଦ୍ର ଜେନା, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଶରତ ଶବରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତି ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.