ଖଜୁରୀପଡ଼ା୧୮/୦୫ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଏସ.ଏଚ.ଜି ଜରିଆରେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି। ଏହି କ୍ରମରେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ରାଇଖୋଲ୍ ଗ୍ରାମର ମା ଗୋଜବାୟାଣୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନେ ମାଛଚାଷ ହାତକୁ ନେଇଛନ୍ତି। ଗାଁରେ ଥିବା ମୋ' ପୋଖରୀରେ ଛଡା ଯାଇଛି ୧୫ ହଜାର ଯାଆଁଳ। ଶନିବାର ରାତିରେ କିଛି ଦୁବୃର୍ତ୍ତ ବାଇକରେ ଯାଇ ଏହି ପୋଖରୀରୁ ମାଛ ଚୋରୀ କରୁଥିବା ଅଭିଯୋଗ ହୋଇଛି। ଚୋରୀ ସମୟରେ ଶୌଚ ପାଇଁ ଯାଇଥିବା ଜଣେ ଯୁବକ ତାଙ୍କୁ ଦେଖିବାରୁ ସେମାନେ ମାଛ ଧରିବା ଆଣିଥିବା ସାମଗ୍ରୀ ଛାଡ଼ି ଦୌଡ଼ି ପଳାଇଥିଲେ । ଏ ନେଇ ଖଜୁରୀପଡ଼ା ଥାନାରେ ଏତାଲା ଦେଇଛନ୍ତି ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା। ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ ଚାପଧାରୀ ପ୍ରଧାନ।

ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଞ୍ଚଳିକ ରାଜନୀତି କରିବା ଅନ...