ବ୍ୟାସନଗର ୧୯/୦୫: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ନୂଆଗାଁ ଛକରୁ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥି ସହିତ ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଯାଜପୁର ଅବକାରୀ ଅଧୀକ୍ଷକ ଦିବ୍ୟାକିଶ୍ୱର ଥଣ୍ଡଲଙ୍କ ନିର୍ଦ୍ଦେଶ ପାଇ ଡୋଲୀପୁର ଅବକାରୀ ଅଧିକାରୀ ବିଭୂପ୍ରସାଦ ସାହୁ ନୂଆଗାଁ ଛକରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଜଣେ ବ୍ୟକ୍ତି ବ୍ରାଉନସୁଗାର ସହିତ ଧରାପଡ଼ିଥିଲା। ତାଙ୍କ ଠାରୁ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଥିଲା।। ଗିରଫ ବ୍ୟକ୍ତି ଜଣଙ୍କ ସମ୍ପୃକ୍ତ ଅଂଚଳର ପବିତ୍ର ମଲ୍ଲିକ ବୋଲି ଜଣାପଡିଛି l ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଞ୍ଚଳିକ ରାଜନୀତି କରିବା ଅନ...