ସହାଜପାଲ, ୧୯/୫ : ବୌଦ୍ଧ ସଦର ବ୍ଲକ ସହଜପାଲ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରୁ ଜବରଦଖଲ ଉଛେଦ ପାଇଁ ସ୍ଥାନ ଚିହ୍ନଟ। ପ୍ରଶାସନ ପକ୍ଷରୁ ଜବରଦଖଲ କରାଯାଇଥିବା ସ୍ଥାନକୁ ମାପ କରାଯାଇ ଚିହ୍ନଟ କରାଯାଇଛି। ଏହି ସମୟରେ ବୌଦ୍ଧ ରାଜସ୍ବ ପରିଦର୍ଶକ ହମିତ୍ କୁମାର ମଲ୍ଲିକ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାହୁ, ତେଲିବନ୍ଧ ରାଜସ୍ବ ନୀରିକ୍ଷକ ଇନ୍ଦ୍ରାଣୀ ଦଣ୍ଡସେନା, ଅମିନ ବିନୋଦିନୀ ସାହୁ, ଚନ୍ଦ୍ର ଶେଖର ପ୍ରଧାନ, ଏନଏଚ୍ ବିଭାଗ ଅଧିକାରୀ, ବାଉଁଶୁଣୀ ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହିସବୁ ସ୍ଥାନରୁ ଜବରଦଖଲ ହଟିବ ବୋଲି ଜଣାପଡିଛି।

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...