ପ୍ରମୂଖ ଖବର
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ପୌର ପରିଷଦ ପ୍ରସ୍ତାବକୁ କୁର୍ଲୁପଡ଼ା ଗ୍ରାମବାସୀଙ୍କ ବିରୋଧ: ସାମିଲ ନ ହେବାକୁ ଦେଲେ ଚେତାବନୀ !

Published By : Prameya | May 19, 2025 10:46 AM

କେସିଙ୍ଗା, ୧୯।୫: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିକୁ ପୌର ପରିଷଦ କରିବା ପାଇଁ ଦାବି ହୋଇଆସୁଥିଲା । ଏବେ ସରକାରଙ୍କ ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । କେସିଙ୍ଗା ଏନ୍ଏସିକୁ ପୌର ପରିଷଦ କରାଗଲେ କନ୍ତେଶିର, ସିରୋଲ ଓ ଲଇତରା ପଞ୍ଚାୟତ ଅଞ୍ଚଳକୁ ସାମିଲ କରାଯିବ । ଏନେଇ ସମ୍ପୃକ୍ତ ପଞ୍ଚାୟତ ଅଞ୍ଚଳରେ ସ୍ବତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯାଇ ଲୋକଙ୍କଠାରୁ ସହମତି ନିଆଯାଉଛି । ହେଲେ ସରକାରଙ୍କ ପ୍ରସ୍ତାବକୁ ସ୍ବତନ୍ତ୍ର ପଲ୍ଲୀସଭା ବୈଠକରେ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରସ୍ତାବିତ କେସିଙ୍ଗା ପୌର ପରିଷଦ ପାଇଁ କନ୍ତେଶିର ପଞ୍ଚାୟତ ଓ୍ବାର୍ଡ ନମ୍ବର ୧୨ ଓ ୧୩ ଅଧିନସ୍ଥ କୁର୍ଲୁପଡ଼ା ଏବଂ ନୂଆପଡ଼ା ମୌଜା ଅଞ୍ଚଳକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି । 

ସରକାରଙ୍କ ଚିଠି ଅନୁଯାୟୀ, ଏକ ସ୍ବତନ୍ତ୍ର ପଲ୍ଲୀସଭା କରିବା ପାଇଁ କନ୍ତେଶିର ପଞ୍ଚାୟତକୁ ଚିଠି ହୋଇଥିଲା । ଚିଠି ଅନୁସାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, କୁର୍ଲୁପଡ଼ା ପରିସରରେ ପଞ୍ଚାୟତ ପକ୍ଷରୁ ଆଜି ଏକ ସ୍ଵତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମମତା ରାଣୀ ନାଏକଙ୍କ ଉପସ୍ଥିତିରେ କୁର୍ଲୁପଡ଼ା ଓ ନୂଆପଡ଼ା ମୌଜା ଅଞ୍ଚଳର ଜନସାଧାରଣ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ପିଙ୍କି ମାଝୀ, ନାଏବ ସରପଞ୍ଚ ଯୋଗେନ୍ଦ୍ର ସାହୁ, ସ୍ଥାନୀୟ ଓ୍ବାର୍ଡ ସଭ୍ୟ ଭକ୍ତ ଚରଣ ସାହୁ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରସ୍ତାବିତ ପୌର ପରିଷଦରେ କୁର୍ଲୁପଡ଼ା ଓ ନୂଆପଡ଼ାକୁ ସାମିଲ କରିବା ବିଷୟ ଉପରେ ଆଜି ଅନୁଷ୍ଠିତ ସ୍ବତନ୍ତ୍ର ପଲ୍ଲିସଭା ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତ ଜନସାଧାରଣ ତାହାକୁ ବିରୋଧ କରି ପ୍ରସ୍ତାବିତ କେସିଙ୍ଗା ପୌର ପରିଷଦରେ ସାମିଲ ନହେବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆଗତ କରାଯାଇଛି ।‌ ଯଦି ସରକାରଙ୍କ ପକ୍ଷରୁ ଜୋର ଜବରଦସ୍ତ କରାଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.