ଫିରିଙ୍ଗିଆ, ୧୭/୫ : ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ହେବ କାଳ ବୈଶାଖୀ ପ୍ରଭାବ ଲାଗି ରହିଛି l ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଚିଙ୍ଗୁଡ଼ି ଖୋଲ ଗାଁ ର ଆଖ ପାଖ ଅଞ୍ଚଳ ରେ ପ୍ରବଳ ବର୍ଷା, ପବନ ସହ ବିଜୁଳି ଘଡ଼ଘଡ଼ି ହୋଇଥିଲା ପ୍ରବଳ ପବନ ଯୋଗୁଁ ଏକାଧିକ ଘରର ଟିଣ ଛପର ଉଡିଯାଇଥିବା ବେଳେ ବହୁ କ୍ଷୟ କ୍ଷତି ହୋଇଛି l ଚିଙ୍ଗୁଡ଼ି ଖୋଲ ଗାଁକୁ ଯିବା ରାସ୍ତା ଉପରେ ଅଧିକାଂଶ ଗଛର ଡ଼ାଳ ଭାଙ୍ଗିଥିବା ବେଳେ ଯାତାୟତ ବାଧା ପ୍ରାପ୍ତ ହୋଇଛି l ବିଦ୍ୟୁତ ତାର ଉପରେ ଗଛ ପଡ଼ି ରହିଥିବା ଯୋଗୁଁ ବିଦ୍ୟୁତ ସରୋବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି l ଗାଁ ଲୋକେ ରାସ୍ତାରୁ ଗଛ ଡାଳ ସଫା କରିଥିଲେ l
ସେହିପରି ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତର ଡାଁସପାଲି ରାସ୍ତାରେ ବିରାଟ ଆମ୍ବ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବାହିନୀ ସହାୟତାରେ ରାସ୍ତାରୁ ଗଛ କାଟିଥିବା ବେଳେ ଗଛ କଟାପରେ ଯାତାୟତ ସ୍ୱାଭାବିକ ହୋଇଥିବା ଜଣା ପଡିଛି l