ପ୍ରମୂଖ ଖବର
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ନୂଆପଡ଼ା ଦେଶୀ ମଦଭାଟିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

Published By : Prameya | May 18, 2025 10:53 PM

ନୂଆପଡ଼ା,୧୮/୫ : ନୂଆପଡ଼ା ଦେଶୀ ମଦ ଭାଟିରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ରୋଷେୟା ଓ କର୍ମଚାରୀ। ଘଟଣାସ୍ଥଳରେ ଧୂଆଁ ମୟ ପରିବେଶ। ଖବରପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କଲା ନୂଆପଡ଼ା ଅଗ୍ନିଶମ ବିଭାଗ। ଭାଟି ଭିତରେ ଥିବା ରୋଷେଇ ଘରେ ରୋଷଇ କରୁଥିବା ସମୟରେ କୌଣସି କାରଣରୁ ହଠାତ ଲାଗିଗଲା ନିଆଁ।

ପାଖରେ ଥିବା ଆଉ ଏକ ଗ୍ୟାସର ପାଇପ୍ ଜଳି ଯିବାରୁ ସେଥିରୁ ମଧ୍ୟ ନିଆଁ ବାହାରିଥିଲା। ନିଆଁକୁ ଦେଖି ଭୟରେ ବାହାରକୁ ଭାଟି କର୍ମଚାରୀ ବାହାରି ଆସିଥିବାବେଳେ ତୁରନ୍ତ ନୂଆପଡ଼ା ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଫଳରେ ରୋଷେଇ ଘରେ ଥିବା କିଛି ପ୍ଲାଷ୍ଟିକ ଡବା ପୋଡ଼ିଥିବାବେଳେ ବିଶେଷ କ୍ଷୟ କ୍ଷତି ହୋଇନାହିଁ। ତେବେ ବର୍ତ୍ତମାନ ମଧ୍ୟ ଭାଟି ଭିତରେ ଧୂଆଁ ଥିବାରୁ ଭିତରକୁ ଯିବା ସମ୍ଭବ ହୋଇ ପାରୁନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.