ବାଲିପାଟଣା,୧୧।୩ : ପାଟ୍ରୋଲିଂ ବେଳେ କେନାଲକୁ ଖସିଲା ପିସିଆର ଭ୍ୟାନ୍ । ହଂସପାଳ-ଅଭୟମୁଖି ରାସ୍ତା ବାଲିଅନ୍ତା ଥାନା ପାରିବାସୁଦେଇପୁର ନିକଟରେ ଗୋପ ବ୍ରାଞ୍ଚ କେନାଲକୁ ପିସିଆର ଭ୍ୟାନ୍ ଖସି ପଡ଼ିଛି । ଭ୍ୟାନରେ ଥିବା ତିନି ପୋଲିସ କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ମଙ୍ଗଳବାର ଅପରାହ୍ନରେ ପିସିଆର ଭ୍ୟାନ୍ ହଂସପାଳ-ଅଭୟମୁଖି ରାସ୍ତାରେ ପଇଁତରା ମାରୁଥିଲା । ସାମ୍ନାରୁ ଏକ ବାଇକ୍ ଚାଲି ଆସିବାରୁ ଭାରସାମ୍ୟ ହରାଇ ପିସଆର ଭ୍ୟାନ୍ ଟି ତିନି ଗଡ଼ା ଦେଇ କେନାଲରେ ପଡ଼ିଥିଲା । ଏଥିରେ ଥିବା ତିନି ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ।