ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ

Published By : Harapriya Sethi | March 12, 2025 7:33 AM

ରାଉରକେଲା,୧୨/୦୩: ଆକ୍ସନ୍‌ ମୋଡ୍‌ରେ ରାଉରକେଲା ପୋଲିସ । ଦୀର୍ଘ ଦିନ ଧରି ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ବିଶ୍ରା ଥାନା ଅଞ୍ଚଳରେ ଏନକାଉଣ୍ଟର କଲା ପୋଲିସ । ଘାଇଲା ହେଲା ୩୨ ବର୍ଷୀୟ ବିୟୁସ ଲାଖୁଆ । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଏନ୍‌କାଉଣ୍ଟର ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।

ସୂଚନା ମୁତାବକ, ରାଉରକେଲା ସହ ଝାଡଖଣ୍ଡ ଅଞ୍ଚଳରେ ବେଆଇନ ବାଲି ବେପାର, ଦାଦା ବଟି ଆଦାୟ, ରାହାଜାନୀ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧ କରି ପୋଲିସର ନିଦ ହଜାଇଥିଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ । ଏନେଇ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା । ପୋଲିସ ବିୟୁସ ଲାଖୁଆକୁ ଖୋଜିବା ସହ ତଦନ୍ତ ଚଳାଇଥିଲା । ଏହାରି ମଧ୍ୟରେ ଏକ ଗୁଳିକାଣ୍ଡ ଘଟଣାରେ ବିୟୁସ ଲାଖୁଆ ଧରା ପଡ଼ିଥିଲା ଏବଂ ଜେଲ୍‌ ଯାଇଥିଲା । ୪ ବର୍ଷ ଜେଲ୍‌ ଦଣ୍ଡ କାଟିବା ପରେ ବାହାରକୁ ଆସି ପୁଣି ଥିରେ ଉତ୍ପାତ କରୁଥିଲା । ଯାହାକୁ ନେଇ ପୋଲିସ ଚିନ୍ତାରେ ପଡ଼ିଥିଲା । ଶେଷରେ ରାଉରକେଲାର ବିଶ୍ରା ଥାନା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆକୁ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ ଅପରାଧୀର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାର ଚିକିତ୍ସା ଚାଲିଛି ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.