ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ମୁଣ୍ଡକୁ ଇଟାରେ ଛେଚି ହତ୍ୟା କଲା ସ୍ୱାମୀ

Published By : Harapriya Sethi | March 7, 2025 11:52 AM

ସୁନ୍ଦରଗଡ଼,୦୭/୦୩: ଘରୋଇ କଳିରୁ ନରକୀୟ କାଣ୍ଡ । ପାରିବାରିକ କଳହ ସାଜିଲା କାଳ । ସାମାନ୍ୟ ବଚସାରୁ ରାଗିଯାଇ ସ୍ତ୍ରୀ ମୁଣ୍ଡକୁ ଇଟାରେ ଛେଚି ଛେଚି ମାରିଲା ନିଷ୍ଠୁର ସ୍ୱାମୀ । ଘଟଣା ସ୍ଥଳରେ ଛଟପଟ ହୋଇ ଚାଲିଗଲା ମହିଳାଙ୍କ ଜୀବନ । ରକ୍ତରେ ଭାସିଲା ଘର । ହତ୍ୟାକାରୀ ସ୍ୱାମୀ ମଙ୍ଗଲୁ ଓରାମକୁ ଗିରଫ କଲା ପୋଲିସ । ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଭବାନୀପୁର ଠାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ମଙ୍ଗଲୁ ଓରାମ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ହୋଇଥିଲା । ଉଭୟଙ୍କ ମଧ୍ୟରେ ବଚସା ହେବା ପରେ କ୍ରୋଧରେ ଆସି ମଙ୍ଗଲୁ ଓରାମ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲା । ମାଡ଼ ମାରିବା ସହ ଏକ ଇଟାରେ ପତ୍ନୀର ମୁଣ୍ଡକୁ ବାରମ୍ୱାର ବାଡେଇଥିଲା ନିଷ୍ଠୁର ସ୍ୱାମୀ । ଫଳରେ ଘଟଣା ସ୍ଥଳରେ ହିଁ ମହିଳା ଜଣକ ପ୍ରାଣ ହରାଇଥିଲେ । ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବା ପରେ ସୁନ୍ଦରଗଡ଼ ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ମଙ୍ଗଲୁ ଓରାମଙ୍କୁ ଗିରଫ କରିଛି ପୋଲିସ । ଏହା ସହ ମହିଳାଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ସୁନ୍ଦରଗଡ଼ ଟାଉନ ଥାନା ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.