ସୁନ୍ଦରଗଡ, ୯।୩ : ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ ଟ୍ରାକ୍ଟର ମାଡିଯିବାରୁ ୮ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସୁନ୍ଦରଗଡ ଲେଫ୍ରିପଡା ଥାନା ଅନ୍ତର୍ଗତ ବେଲସରା ଗାଁରେ ଏହି ଘଟଣା ଘଟିଛି। ବେଲସରା ଗାଁର ଚୁଡ ମୁଣ୍ଡାଙ୍କ ୮ ମାସର ପୁଅ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଶିଶୁପୁତ୍ର ଉପରେ ମାଡିଯାଇଥିଲା। ଘଟଣା ସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ଟ୍ରାକ୍ଟର ଜବତ କରିଛି।

ଆପ୍ ସରକାରରେ ଏଲଜିଙ୍କ ବିରୋଧରେ ହୋଇଥିବା ମାମଲାକୁ ପ୍...