ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ବାଲିଘାଟ ବିବାଦରୁ ହତ୍ୟା ଉଦ୍ୟମ: କାର୍‌ରେ ଯାଉଥିବା ବ୍ୟବସାୟୀଙ୍କୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଗଲେ ଛୋଟ ଝିଅ

Published By : Prameya | February 23, 2025 11:28 AM

ରାଉରକେଲା,୨୩/୦୨ :ଅଶାନ୍ତ  ରାଉରକେଲା । ସକ୍ରିୟ ଅପରାଧୀ । ପୁଣି ଗର୍ଜିଛି ବନ୍ଧୁକ । ବାଲିଘାଟ ବିବାଦକୁ କେନ୍ଦ୍ର କରି କାର୍‌ରେ ଯାଉଥିବା ଜଣେ  ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି  ଦୁର୍ବୃତ୍ତ । ଗୁଳିମାଡ଼ର ଶିକାର ବିଜୟ  ଲାକ୍ରା (୩୫)ଙ୍କ କାନମୁଣ୍ଡାରେ ଗୁଳି  ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ  ରାଉରକେଲା ଇସ୍ପାତ ଜେନେରାଲ  ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି  କରାଯାଇଛି । ସେକ୍ଟର-୪ରେ ଶନିବାର ରାତି ପ୍ରାୟ ୮ଟାରେ ଘଟିଥିବା ଏହି ଘଟଣା ସହରରେ  ଆତଙ୍କର ବାତାବରଣ ସୃଷ୍ଟି କରିଛି । 

ସୂଚନା ଅନୁଯାଇ, କୁଆରମୁଣ୍ଡାର ମୂଳବାସିନ୍ଦା ବିଜୟ ଲାକ୍ରା ସେକ୍ଟର-୪ କ୍ୱାର୍ଟର୍ସ ନଂ.  ଏ/୮୮ରେ ରୁହନ୍ତି । ରାତି ପ୍ରାୟ ୮ଟାରେ ସେ ଛୋଟ ଝିଅକୁ ସାଙ୍ଗରେ ଧରି କାର୍‌ (ଓଡ଼ି ୧୪ ଆର-୫୫୨୬)  କୌଣସି କାର୍ଯ୍ୟରେ ଘରୁ ବାହାରିଥିଲେ । କ୍ୱାର୍ଟର୍ସ ନଂ.ଏ/୩୦  ସମ୍ମୁଖରେ କେତେଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ । ଗୁଳି କାର୍‌ କାଚ ଭେଦି ବିଜୟଙ୍କ କାନମୁଣ୍ଡାରେ ବାଜିଥିଲା । ଗୁଳିମାଡ଼ ପରେ ବିଜୟ କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଗାଡ଼ି କ୍ୱାର୍ଟର୍ସ  ପାଚେରିରେ ପିଟି ହୋଇଯାଇଥିଲା । ସୌଭାଗ୍ୟବଶତଃ  କାର୍‌ରେ ବସିଥିବା ଝିଅ ସୁରକ୍ଷିତ ଅଛନ୍ତି । ରକ୍ତ ଜୁଡୁବୁଡୁ  ବିଜୟଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ କେହି ଡାକ୍ତରଖାନା ନେବାକୁ ସାହସ  ଜୁଟାଇ ପାରି ନ ଥିଲେ । ସୂଚନା ପାଇ ସ୍ତ୍ରୀ ଆଶା ପହଞ୍ଚି  ସ୍କୁଟିରେ ସ୍ୱାମୀଙ୍କୁ ଆଇଜିଏଚ୍‌ ନେଇଥିଲେ । ଆଇସିୟୁରେ  ତାଙ୍କର ଚିକିତ୍ସା ଚାଲିଛି । ଗୁରୁତର ବିଜୟ କ୍ଷତାକ୍ତ ଅବସ୍ଥାରେ  ଯେଉଁ ତଥ୍ୟ ଦେଇଛନ୍ତି ତାହା ସୋସିଆଲ୍‌ ମିଡିଆରେ  ଭାଇରାଲ୍‌ ହୋଇଛି । 

କିଛିଦିନ ପୂର୍ବରୁ ବାଲିଘାଟକୁ ନେଇ  ଏକ ଗୋଷ୍ଠୀ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା ।  ଜୀବନରୁ ମାରି ଦେବାକୁ ଧମକ୍‌ ମିଳିଥିଲା । ସନ୍ଦୀପ ମିଶ୍ରା  ନାମକ ଜଣେ ବ୍ୟକ୍ତି ସୁଟରଙ୍କୁ ପଠାଇ ହତ୍ୟା ଉଦ୍ୟମ  କରିଥିବା ବିଜୟ ଅଭିଯୋଗ କରିଛନ୍ତି । ଅପରାଧୀମାନେ  ବିଜୟଙ୍କୁ ମାରିବାକୁ ପୂର୍ବରୁ ଯୋଜନା କରିଥିଲେ । ସକାଳୁ  ସହରରେ ପଇଁତରା ମାରୁଥିଲେ । ରାତି ୮ଟାରେ ସୁଯୋଗ  ପାଇ ସେମାନେ ଗୁଳିମାଡ଼ କରିଥିବା ଚର୍ଚ୍ଚା ହେଉଛି ।  ଅତିରିକ୍ତ ଏସ୍‌ପିଙ୍କ ସମେତ ସେକ୍ଟର-୩ ଥାନା ପୁଲିସ୍‌  ଗୁଳିକାଣ୍ଡସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି । ବିଜୟଙ୍କ ଉପରକୁ କେତେ ରାଉଣ୍ଡ ଗୁଳିମାଡ଼ ହୋଇଛି  ତାହା ଅସ୍ପଷ୍ଟ ରହିଛି । ଅଦ୍ୟାବଧି ଗୋଟିଏ ଖୋକା ଜବତ  କରାଯାଇଛି । ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌  ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନର ଚଢ଼ଉ ଜାରି ରଖିଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.