ଭୁବନେଶ୍ବର ୧୭/୦୨: ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣୀ, ସହଯୋଗୀ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ସୁନ୍ଦରଗଡ ଲେଫ୍ରିପଡା ତହସିଲଦାର ଅଫିସର କନିଷ୍ଠ କିରାଣୀ ଗୋଲେଖ ନାୟକଙ୍କ ଠାରୁ ଜବତ ହେଲା ରଙ୍ଗବୋଳା ଟଙ୍କା। ଜମିଜମା କାମ ପାଇଁ ଅଭିଯୋଗକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ। ଅଫିସ ସମେତ ଗୋଲେଖଙ୍କ ୨ଟି ସ୍ଥାନରେ ଚଢାଉ ଜାରି। ସହଯୋଗୀ ଅରୁଣ ସେଠ ଅଟକ ରଖି ଚାଲିଛି ପଚରାଉଚରା।
୮ ମାସରେ ଭିଜିଲାନ୍ସ ଜାଲରେ ୫୦ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଜବତ ହୋଇଛି ୧୧୭ କୋଟି ଟଙ୍କା
ଏକ ଜମିଜମା କାମ ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ ଗୋଲେଖ ନାୟକ ।କୋଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ଭିଜିଲାନ୍ସ । ଆଉ ଲାଞ୍ଚ ଟଙ୍କା ସହ କନିଷ୍ଠ କିରାଣୀଙ୍କ ଧରିଥିଲା ଭିଜିଲାନ୍ସ । ଏହାସହ ତାଙ୍କୁ ସହଯୋଗ କରୁଥିବା ଅରୁଣ ସେଠଙ୍କୁ ମଧ୍ୟ ଧରାପଡିଥିଲେ । ତାଙ୍କ ଠାରୁ ରଙ୍ଗବୋଳା ନଗଦ ଟଙ୍କା ଜବତ ହୋଇଛି ।