ଭୁବନେଶ୍ୱର ୧୭/୦୨: ଦୁର୍ନୀତିଖୋରଙ୍କ ବିରୋଧରେ ସରକାରଙ୍କ କଡ଼ ଆଭିମୁଖ୍ୟ। ରାଜ୍ୟରେ ଆକ୍ସନ୍ ମୋଡ଼ରେ ଭିଜିଲାନ୍ସ ବିଭାଗ। ଗତ ୮ ମାସରେ ୫୦ ଦୁର୍ନୀତିଖୋରଙ୍କୁ ଧରିଛି ଭିଜିଲାନ୍ସ ଟମ୍।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରି ଜେଲ୍କୁ ପଠାଯାଇଛି। ସେମାନଙ୍କ ଠାରୁ ମୋଟ ୧୧୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି। ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗତ ୮ ମାସରେ ୫୦ ସରକାରୀ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ ବିଭାଗ। ଦୁର୍ନୀତିଖୋର ବାବୁମାନଙ୍କ ଠାରୁ ମୋଟ ୧୧୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି।୧୧ ଅଧିକାରୀଙ୍କ ନିକଟରୁ ୪ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଗହଣା, ପ୍ଲଟ ଜବତ କରାଯାଇଛି। ୧୩ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।ରାଜ୍ୟରେ ମୋଟ ୩,୬୯୨ଟି ଭିଜିଲାନ୍ସ ମାମଲା ବିଚାରଧୀନ ରହିଛି।ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରହିଛନ୍ତି।