ମୁମ୍ବାଇ,୨୨/୦୨: ବଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ । ମିରଜାପୁରର ଷ୍ଟାର ଆକ୍ଟର ଦର୍ଶକଙ୍କୁ ଏକାଧିକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ତାଙ୍କ ଅଭିନୟ ଏକଦମ୍ ଜୀବନ୍ତ । ଜୀବନର ବାସ୍ତବତା କୁହେ ତାଙ୍କ ଦ୍ବାରା ଅଭିନୀତି କ୍ୟାରେକ୍ଟର । ଆପଣ ଜାଣିଛନ୍ତି ସେ ପଙ୍କଜଙ୍କୁ ତାଙ୍କର ସରନେମ୍ ବଦଳାଇବାକୁ ପଡିଥିଲା । ତେବେ କାହିଁକି ସରନେମ୍ ଚେଞ୍ଜ କରିଥିଲେ ପଙ୍କଜ୍ ତ୍ରିପାଠୀ ? ତିୱାରୀରୁ କିପରି ହେଲେ ତ୍ରିପାଠୀ ଯାହାର ସେ ଖୁଲାସା କରିଛନ୍ତି ।
ତିୱାରୀରୁ ତ୍ରିପାଠୀ- ବିହାର ଗୋପାଳଗଞ୍ଜର ପଙ୍କଜ୍ ତ୍ରିପାଠୀଙ୍କ ପ୍ରକୃତ ନାମ ପଙ୍କଜ ତିୱାରୀ ଥିଲା । ଏକ ସାକ୍ଷାତକାରରେ ସେ କହିଛନ୍ତି, ଗାଁରେ ମୋ ବାପା ପଣ୍ଡିତ ବନାରସ ତ୍ରିୱାରୀ ଥିଲେ । ତାଙ୍କର ଦୁଇ ଭାଇ ପଣ୍ଡିତ ରାମ ନରେଶ ତ୍ରିପାଠୀ ଏବଂ ପଣ୍ଡିତ କାଶିନାଥ ତ୍ରିପାଠୀ ଥିଲେ । ମୋ ପିତା ତାଙ୍କ ସରନେମ ତିୱାରୀ ରଖିଥିଲେ । ଦାଦା ତ୍ରିପାଠୀ ରଖିଥିଲେ । ମୋର ଜଣେ ଦାଦା ପ୍ରେଫେସର ଆଉ ଜଣେ ପାଟନା ସଚିବାଳୟରେ ବଡ ଅଧିକାରୀ ଥିଲେ ।
ମୁଁ ଯେବେ ଦଶମ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରୁଥିଲି ତେବେ ମୋତେ ଲାଗିଲା କି ସଫଳତା ସହ ସରନେମର କିଛି ନା କିଛି ସମ୍ପର୍କ ରହିଛି । ସେହି ସମୟରୁ ହିଁ ମୁଁ ମୋର ସରନେମ୍ ବଦଳାଇ ଥିଲି । ବାପାଙ୍କ ନାମ ବି ବନାରସ ତ୍ରିପାଠୀ କରି ଦେଇଥିଲି । ମୁଁ ପ୍ରଥମ ପୁଅ ଯିଏକି ତାର ବାପାଙ୍କ ସରନେମ୍ ଚେଞ୍ଜ କରିଦେଇଛି । ସକ୍ସେସ୍ ପାଇଁ ଭାଗ୍ୟ ବଦଳାଇବାକୁ ତାଙ୍କର ସରନେମ୍ (ଉପନାମ) ବଦଳାଇ ଦେଇଥିବା କହିଛନ୍ତି ପଙ୍କଜ ତ୍ରିପାଠୀ ।
ଅଧିକ ପଡନ୍ତୁ...ଏହି ଅଭିନେତାଙ୍କୁ ମାରିବା ପାଇଁ ୪ସୁଟରଙ୍କୁ ପଠାଇ ଥିଲା ଆବୁ ସାଲେମ, ଏମିତି ରକ୍ଷା ପାଇଥିଲେ ଅଭିନେତା
ପଙ୍କଜ ତ୍ରିପାଠୀଙ୍କ ଅପକମିଙ୍ଗ୍ ଫିଲ୍ମ- କମଲ ହାସନଙ୍କ ତେଲୁଗୁ ଫିଲ୍ମ 'ଠଗ ଲାଇଫ୍'ରେ ନଜର ଆସିବେ ପଙ୍କଜ ତ୍ରିପାଠୀ । ୨୦୨୫ ଜୁନ ୫ରେ ରିଲିଜ୍ ହେବ । ଏହାଛଡା ଅନୁରାଗ ବାସୁଙ୍କ ମ୍ୟୁଜିକାଲ ରୋମାଣ୍ଟିକ ଫିଲ୍ମ 'ମିତ୍ରୋ ଇନ ଦିନୋ ' ରେ ଦମଦାର ଭୂମିକାରେ ନଜର ଆସିବେ । ଏଥିରେ ଆଦିତ୍ୟ ରାୟ କପୁର ଓ ସାରା ଅଲ୍ଲୀ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ ।