ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଇନ୍ଦିରା ଗାନ୍ଧୀଙ୍କ ଉପରେ 'ଦାଦି' ଟିପ୍ପଣୀକୁ ନେଇ କଂଗ୍ରେସର ହଙ୍ଗାମା, ବିଧାନସଭାରେ ଶୋଇଲେ କୀର୍ତ୍ତନ କଲେ

Published By : Ankita S | February 22, 2025 1:53 PM

ଜୟପୁର,୨୨/୦୨: ବିବାଦୀୟ ବାୟନକୁ ନେଇ ଏବେ ରାଜନୀତି ଜୋରଦାର ହେଉଛି । ଇନ୍ଦିରା ଗାନ୍ଧୀଙ୍କ ଉପରେ ଦିଆଯାଇଥିବା ବିବାଦୀୟ ଟିପ୍ପଣୀ ଉପରେ ଚାଲିଥିବା ହଙ୍ଗାମା ତାର ସଦ୍ୟତମ ଉଦାହରଣ । ରାଜସ୍ଥାନରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଉଠୁଛି ପଡୁଛି ରାଜସ୍ଥାନ ବିଧାନସଭା ପରିସର । ବିଜେପି ନେତା ଅଭିନାଶ ଗେହଲଟ ବିଧାନସଭା ଅଧିବେଶନରେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକମାନେ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଏହାପରେ ୬ ବିଧାୟକ ନିଲମ୍ବିତ ହୋଇଥିଲେ । ଏହାକୁ ପ୍ରତ୍ୟାହାର ଦାବିରେ ନିଆରା ଡଙ୍ଗରେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ଆଜି ରାଜସ୍ଥାନ ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କଣ ପୂରା ମାମଲା ? ରାଜସ୍ଥାନ ବିଧାନସଭା ଅଧିବେଶନରେ ମନ୍ତ୍ରୀ ତଥା ବିଜେପି ନେତା ଅଭିନାଶ ଗେହଲଟ ଇନ୍ଦିରା ଗାନ୍ଧୀଙ୍କ ଉପରେ 'ଦାଦି' ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ହଙ୍ଗାମା ଆରମ୍ଭ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏହା ଅପମାନ ବୋଲି କହିଥିଲା କଂଗ୍ରେସ । ଏହାକୁ ବିରୋଧ କରି ଜୋରଦାର ହଙ୍ଗମା କରିଥିଲେ କଂଗ୍ରେସ ବିଧାୟକ ଦଳ । ଏହାପରେ ୬ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟ ଗୋବିନ୍ଦ ଡୋଟାସରା ଥିଲେ । ନିଲମ୍ବନ ପ୍ରତ୍ୟାହାର ଦାବି କରି ବିଧାନସଭା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିବା କଂଗ୍ରେସ ବିଧାୟକ ।

ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାତିସାରା ବିଧାନସଭା ପରିସରରେ ପ୍ରତିବାଦ କରିଥିଲେ । ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କର ଦାବି କରିଥିଲେ । କମ୍ବଳ, ଚାଦର ଓ ତକିଆ ପକାଇ କଂଗ୍ରେସ ବିଧାୟକ ବିଧାନସଭାରେ ରାତିସାରା ଶୋଇଥିଲେ । କିଛି ବିଧାୟକ ବିଧାନସଭା ଭିତରେ ଭଜନ କୀର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ...୨୪ରୁ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଆଗତ ହେବ ସିଏଜି ରିପୋର୍ଟ

ଅନ୍ୟପଟେ ଜୟପୁର ବିଜେପି ପ୍ରଭାରୀ ରାଧା ମୋହନ ଦାସ ଅଗ୍ରୱାଲ କହିଛନ୍ତି କି, 'ଦାଦି' ଏକ ସମ୍ମାନଜନକ ଶଦ୍ଦ । ଇନ୍ଦିରା ଗାନ୍ଧୀଙ୍କ ବିବାହ ପାର୍ସୀ ସମାଜରେ ହୋଇଥିଲା ।  ଆମେ ଖବର ନେବୁ ପାର୍ସୀରେ ଏହାକୁ କଣ କୁହାଯାଏ ।  ତାହା ଆମେ କହିବୁ । ହିନ୍ଦୁ ସାମାଜରେ  'ଦାଦି' ଏକ ସମ୍ମାନଜନକ ଶଦ୍ଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.