ମୁମ୍ବାଇ, ୨୦/୨ : ଡାକୁ ମହାରାଜ ଫିଲ୍ମର ପ୍ରମୋଶନ ଲାଗି ଉର୍ବଶୀ ରାଉତେଲା ବହୁ ପ୍ରକାରର ପ୍ରୟାସ କରିଥିଲେ । ମାତ୍ର ସେହି ଫିଲ୍ମରୁ ତାଙ୍କର ସବୁ ସିନ୍ ଡିଲେଟ୍ କରିଦିଆଯାଇଛି । ଆଜ୍ଞା ହଁ, ୧୨ଜାନୁଆରୀରେ ଥିଏଟର୍ସରେ ରିଲିଜ ହେବା ପରେ ଏହି ଫିଲ୍ମ ୨୧ଫେବୃଆରୀରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ଯେତେବେଳେ ଓଟିଟି ଲାଗି ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା ସେତେବେଳେ ଉର୍ବଶୀଙ୍କ ଫଟୋ ନ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କିନ୍ତୁ ଏବେ ରିପୋର୍ଟ ଅନୁସାରେ ନେଟଫ୍ଲିକ୍ସ ଏହି ପୂରା ଫିଲ୍ମରୁ ଉର୍ବଶୀ ରାଉତେଲାଙ୍କ ସମସ୍ତ ସିନକୁ ଡିଲେଟ୍ କରିଦେଇଛି । ଯେତେବେଳେ ଏହି ଫିଲ୍ମରେ ଉର୍ବଶୀଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ରୋଲ୍ ଥିଲା ଏବଂ ସେ ପୂରା ଜି ଜାନ୍ ଦେଇ ଏହାର ପ୍ରମୋଶନରେ ବି ଲାଗି ଯାଇଥିଲେ । ପରେ ତାଙ୍କ ସହ ଏଭଳି କାହିଁକି କରାଗଲା ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।