ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

Bihar: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ? ଭବିଷ୍ୟବାଣୀ କଲେ ତେଜପ୍ରତାପ ଯାଦବ

Published By : Tapas Panda | February 21, 2025 5:27 PM

Image Courtesy: jansatta

ପାଟନା: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯଦିଓ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇନାହିଁ କିନ୍ତୁ ରାଜନୈତିକ ଦଳଗୁଡ଼ିକ ଭିନ୍ନ ଭିନ୍ନ ବୟାନ ଜାରି କରୁଛନ୍ତି । ଏସବୁ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ତେଜ୍‌ପ୍ରତାପ ଯାଦବ ଦାବି କରିଛନ୍ତି ଯେ, ଆରଜେଡି ନେତା ତେଜସ୍ୱୀ ଯାଦବ ଖୁବ୍ ଶୀଘ୍ର ବିହାରର ମୁଖ୍ୟମନ୍ତ୍ରୀ ହେବେ। 

କ’ଣ କହିଲେ ତେଜପ୍ରତାପ ?

ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତେଜପ୍ରତାପ ଯାଦବ କହିଛନ୍ତି ଯେ, ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏବଂ ପଲଟୁରାମ୍‌ (ନୀତୀଶ କୁମାର) ଖୁବଶୀଘ୍ର ସିଂହାସନ ଛାଡିବେ। ଏହା ମୋର ଭବିଷ୍ୟବାଣୀ ଯେ, ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ ଏବଂ ଲଲନ ସିଂହଙ୍କ ଯେଉଁ ସ୍ୱପ୍ନ ରହିଛି ତାହା ଫେଲ୍‌ ହେବାକୁ ଯାଉଛି । 

ବିହାରରେ ନିର୍ବାଚନ କେବେ ?

ବିହାରରେ ବିଧାନସଭା ନିର୍ବାଚନ ୨୦୨୫ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ୨୩ ନଭେମ୍ବର ୨୦୨୦ ରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ୨୨ ନଭେମ୍ବର ୨୦୨୫ ଶେଷ ହେବ । ବିହାରରେ ନିର୍ବାଚନ ପାଇଁ ମତଦାନ ନଭେମ୍ବର ଆରମ୍ଭରେ ହୋଇପାରେ । ବିହାରରେ ବିଜେପି, ଜେଡିୟୁ, ଏଲଜେପି (ରାମ ବିଳାସ), ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶବାହାଙ୍କ ଦଳକୁ ନେଇ ଏନଡିଏ ଏବଂ ଆରଜେଡି ଓ କଂଗ୍ରେସର ମେଣ୍ଟ ମଧ୍ୟରେ ଟକ୍କର ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.