ପ୍ରମୂଖ ଖବର
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର

Published By : Tapas Panda | July 28, 2025 10:21 PM

Image Courtesy: hindustantimes

 ନୂଆଦିଲ୍ଲୀ: ସଂସଦରେ ଅପରେସନ୍‌ ସିନ୍ଦୂର ଉପରେ ଆଲୋଚନା ହୋଇଛି । ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ବିରୋଧୀଙ୍କ ପ୍ରଶ୍ନରେ ଜବାବ ଦେଇଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ମଧ୍ୟସ୍ଥତା କରିଥିବା ଦାବି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । କିନ୍ତୁ ଏହାକୁ ଭାରତ ସରକାର ଖଣ୍ଡନ କରିଥିଲେ । ଏହା ଉପରେ ଏସ୍‌. ଜୟଶଙ୍କର ସଂସଦରେ କହିଛନ୍ତି ଯେ, ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା ।

ଜୟଶଙ୍କର କହିଛନ୍ତି, ଆମର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ରହିଛି । ଆମେ UNSCରେ ଆମର ମତ ଉପସ୍ଥାପନ କରିଥିଲୁ। ଆମେ ବିଶ୍ୱକୁ କହିଥିଲୁ ଯେ, ଆମର ଆତଙ୍କବାଦ ଉପରେ ଶୂନ୍ୟ ସହନଶୀଳତା ନୀତି ଅଛି । ୟୁଏନଏସସି ଭାରତର ମତକୁ ଗ୍ରହଣ କରିଥିଲା । ବୈଦେଶିକ ମନ୍ତ୍ରଣାଳୟର କାମ ଥିଲା ପାକିସ୍ତାନର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା। ଆମକୁ ବହୁତ କଠୋର ପଦକ୍ଷେପ ନେବାକୁ ପଡିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମେ କଠୋର ପଦକ୍ଷେପ ନେଇଥିଲୁ । ଆମେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ଚକ୍ରାନ୍ତର ପର୍ଦ୍ଦାଫାସ କରିଥିଲୁ । ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବିକୁ ମଧ୍ୟ ପ୍ରତ୍ୟାଖାନ କରିଛନ୍ତି।  

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ପହଲଗାମ ଆକ୍ରମଣ ପରେ ଏକ ସ୍ପଷ୍ଟ ଓ ଦୃଢ଼ ବାର୍ତ୍ତା ପଠାଇବା ଆବଶ୍ୟକ ଥିଲା। ଆମକୁ ସ୍ପଷ୍ଟ କରିବାକୁ ପଡିଲା ଯେ, ଏହାର ଗମ୍ଭୀର ପରିଣାମ ହେବ । ଏପ୍ରିଲ  ୨୩ରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ବୈଠକ ହୋଇଥିଲା। ଏହି ବୈଠକରେ ୫ଟି ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଏହା ସ୍ପଷ୍ଟ ଥିଲା ଯେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ପ୍ରଥମ ପଦକ୍ଷେପ ପରେ, ପହଲଗାମ ଆକ୍ରମଣ ପ୍ରତି ଭାରତର ପ୍ରତିକ୍ରିୟା ଏଠାରେ ସ୍ଥଗିତ ରହିବ ନାହିଁ। କୂଟନୈତିକ ଏବଂ ବୈଦେଶିକ ନୀତି ଦୃଷ୍ଟିକୋଣରୁ, ଆମର କାମ ଥିଲା ପହଲଗାମ ଆକ୍ରମଣର ବିଶ୍ୱସ୍ତରୀୟ ବୁଝାମଣାକୁ ଆକାର ଦେବା । 

ଜୟଶଙ୍କର କହିଛନ୍ତି, ‘ମୁଁ ଦୁଇଟି କଥା ସ୍ପଷ୍ଟ କରିବାକୁ ଚାହୁଁଛି । ପ୍ରଥମତଃ, ଆମେରିକା ସହିତ ବାଣିଜ୍ୟ ଏବଂ ଯୁଦ୍ଧବିରତି ସଂପର୍କରେ କୌଣସି ଆଲୋଚନା ହୋଇନଥିଲା । ଦ୍ୱିତୀୟରେ, ଏପ୍ରିଲ ୨୨ରେ ରାଷ୍ଟ୍ରପତି ଟ୍ରମ୍ପ ସମବେଦନା ଜଣାଇବା ପରଠାରୁ ଜୁନ୍ ୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ କୌଣସି ଯୋଗାଯୋଗ ହୋଇନାହିଁ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.