ପ୍ରମୂଖ ଖବର
  • ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର
  • ||
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଝିଅ ସହ ୟେମେନରେ ପହଁଞ୍ଚିଲେ ନିମିଷାଙ୍କ ସ୍ବାମୀ, ହୁତି ପ୍ରଶାସନକୁ କାହିଁକି ଜଣାଇଲେ ଧନ୍ୟବାଦ ?

Published By : Harapriya Biswal | July 28, 2025 5:18 PM

ନୂଆଦିଲ୍ଲୀ,୨୮।୭:  ୟେମେନ ଜେଲ୍‌ରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଫାଶୀ ଦଣ୍ଡ ଯଦିଓ ସ୍ଥଗିତ ହୋଇଛି, କିନ୍ତୁ ଚିନ୍ତା ସରିନି। ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକ କେଏ ପଲ୍‌ ଏକ ଭିଡିଓ ଜାରି କରି ୟେମେନ୍‌ର ହୁତି ପ୍ରଶାସନକୁ ନିମିଷା ପ୍ରିୟାଙ୍କୁ ମୁକ୍ତ କରିବାର ଅପିଲ କରିଛନ୍ତି। ଏହାଛଡା ସେ ନିମିଷାଙ୍କ ଫାଶୀ ଘୁଞ୍ଚାଇବା ପାଇଁ ହୁତି ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଏହା ମଧ୍ୟରେ ଭାରତରୁ ନିମିଷାଙ୍କ ସ୍ବାମୀ ଓ ଝିଅଙ୍କ ସହ ପୁରା ପରିବାର ୟେମେନରେ ପହଁଞ୍ଚିଛନ୍ତି। ସ୍ଥାନୀୟ ଏକ କୋର୍ଟ ନିମିଷାଙ୍କ ଫାଶୀ ତାରିଖ ୧୬ ଜୁଲାଇକୁ ଧାର୍ଯ୍ୟ କରିଥିଲେ। ତେବେ ସୁନ୍ନି ଗ୍ରାଣ୍ଡ ମୁଫତି କାନ୍ଥାପୁରମ୍‌ ଏପି ଅବୁବକର ମୁସାଲିୟାଙ୍କର ମଧ୍ୟସ୍ଥତା ପରେ ତାଙ୍କର ଫାଶୀ ତାରିଖ ଘୁଞ୍ଚାଇ ଦିଆଯାଇଥିଲା।

ନିମିଷାଙ୍କ ଝିଅ ମିଚେଲ ଓ ସ୍ବାମୀ ଥମସ୍‌ ବର୍ତ୍ତମାନ ୟେମେନର ସାନାରେ ଅଛନ୍ତି। ଭିଡିଓରେ ମିଚେଲ କହିଛନ୍ତି, ଆଇ ଲଭ ୟୁ ମା’। ଥମସ୍‌ ମଧ୍ୟ ନିମିଷାଙ୍କ ସଜା ଘୁଞ୍ଚାଇବା ପାଇଁ ହୁତି ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ସେଭଳି ଇସାଇ ପାଦ୍ରି କିଲାରୀ ଆନନ୍ଦ ପଲ୍ ସ୍ପଷ୍ଟ ଭାବରେ ୟେମେନ ସରକାରଙ୍କୁ ଦୁନିଆରେ ଶାନ୍ତି ଓ ପ୍ରେମର ଉଦାହରଣ ସୃଷ୍ଟି କରିବାକୁ ନିମନ୍ତ୍ରଣ କରିଛନ୍ତି। କିଲାରୀ ଆନନ୍ଦ ଆନ୍ଧ୍ର ପ୍ରଦେଶରେ ରୁହନ୍ତି। ସେ ହେଉଛନ୍ତି ଆମେରିକୀୟ ସଂଗଠନ ଗ୍ଲୋବାଲ ପିସ୍ ଇନିଶିଏଟିଭର ସଂସ୍ଥାପକ।

କେଏ ପଲ୍ ହୁତି ବିଦ୍ରୋହୀଙ୍କ ନେତା ଅବଦୁଲ ମଲିକ୍ ଅଲ୍ ହୁତିଙ୍କୁ ନ୍ୟୁୟର୍କରେ ସେପ୍ଟେମ୍ବର‌ରେ ହେବାକୁ ଥିବା ଗ୍ଲୋବାଲ ପିସ୍ ସମ୍ମିଳନୀରେ ସାମିଲ ହେବାର ନିମନ୍ତ୍ରଣ କରିଥିଲା। ସେ କହିଛନ୍ତି,ଘୃଣାଠାରୁ ପ୍ରେମ ଅଧିକ ଶକ୍ତିଶାଳୀ। ବହୁ ବର୍ଷର ଗୃହ ଯୁଦ୍ଧରୁ ପ୍ରଭାବିତ ୟେମେନ୍‌ରେ ଶାନ୍ତି ସ୍ଥାପିତ କରିବାର ପାଇଁ ଅବଦୁଲ ମଲିକ୍ ଅଲ୍ ହୁତିକୁ ଚେଷ୍ଟା କରିବା ଦରକାର। ଉଲ୍ଲେଖନୀୟ ଯେ, ଭାରତ ଓ ଆମେରିକା ସହିତ ବହୁ ଦେଶ ୟେମେନ୍‌ର ହୁତି ପ୍ରଶାସନକୁ ମାନ୍ୟତା ଦେଇନଥାନ୍ତି। ଏହି କାରଣରୁ ନିମିଷା ପ୍ରିୟାଙ୍କ ମାମଲାରେ ମଧ୍ୟସ୍ଥି ସହଜ ହେବନି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.