ପ୍ରମୂଖ ଖବର
  • ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର
  • ||
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଚଳିତ ବର୍ଷ କେତେ ପର୍ଯ୍ୟଟକ ଜମ୍ମୁକାଶ୍ମୀର ଯାଇଛନ୍ତି ? ସଂସଦରେ ଜବାବ ଦେଲେ ସରକାର

Published By : Tapas Panda | July 28, 2025 7:29 PM

Image Courtesy: shikhar

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଏବଂ ପହଲଗାମ ଆକ୍ରମଣ ଉପରେ ଆଲୋଚନା ଚାଲିଛି। ପହଲଗାମ ଆକ୍ରମଣର ଆତଙ୍କବାଦୀଙ୍କୁ ଧରିବାରେ ବିଫଳତା ଏବଂ ଅପରେସନ ସିନ୍ଦୂର ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାକୁ ନେଇ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏସବୁ ମଧ୍ୟରେ, ହାଇଦ୍ରାବାଦ ସାଂସଦ ଏବଂ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ଲୋକସଭାରେ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ପଚାରିଥିଲେ ଯେ, ପହଲଗାମ୍ ଆକ୍ରମଣ ପରେ ଜମ୍ମୁକାଶ୍ମୀରରେ ପର୍ଯ୍ୟଟନ କେତେ କ୍ଷତିଗ୍ରସ୍ତ ହୋଇଛି ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ହ୍ରାସ ପାଇଛି ? 

ସେ ବିଷୟରେ ସରକାରଙ୍କ ପାଖରେ କୌଣସି ତଥ୍ୟ ଅଛି କି ? ଏହାର ଜବାବରେ, ସରକାର କହିଛନ୍ତି ଯେ, ଗତ ବର୍ଷ ପ୍ରାୟ ୨ କୋଟି ୩୫ ଲକ୍ଷ ଘରୋଇ ପର୍ଯ୍ୟଟକ ଜମ୍ମୁକାଶ୍ମୀର ଗସ୍ତ କରିଥିଲେ । ଏହି ସମୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୬୫ ହଜାର ଥିଲା। କିନ୍ତୁ ଏହି ବର୍ଷର ପ୍ରଥମ ୬ ମାସରେ କେବଳ ୯୬ ଲକ୍ଷ ଘରୋଇ ପର୍ଯ୍ୟଟକ ଏବଂ ପ୍ରାୟ ୨୦ ହଜାର ବିଦେଶୀ ପର୍ଯ୍ୟଟକ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି । ଏହି ବର୍ଷର ଅଧା ବିତିଯାଇଛି କିନ୍ତୁ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ଅଧାରୁ ବହୁତ କମ୍ ରହିଛି । 

ପ୍ରଥମ ୬ ମାସରେ କେବଳ ଏକ ତୃତୀୟାଂଶ ବିଦେଶୀ ପର୍ଯ୍ୟଟକ ଜମ୍ମୁକାଶ୍ମୀର ଆସିଛନ୍ତି । ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଅଧାରୁ କମ୍ ହୋଇଛି । କିନ୍ତୁ ଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇଲେ, ଜାଣିବାକୁ ମିଳିଛି ଯେ, ଜମ୍ମୁ କାଶ୍ମୀରକୁ ଆସୁଥିବା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୨୧ ରେ ଏହି ସଂଖ୍ୟା ମାତ୍ର ୧ କୋଟି ୧୩ ଲକ୍ଷ ଥିଲା । ୨୦୨୪ ସୁଦ୍ଧା ଏହା ଦ୍ୱିଗୁଣିତ ହୋଇଥିଲା । ସେହିଭଳି ପହଲଗାମ ଆକ୍ରମଣ ଯୋଗୁଁ ହୋଇଥିବା ଆର୍ଥିକ କ୍ଷତିର ଆକଳନ ସରକାର କରିଛନ୍ତି କି ବୋଲି ପ୍ରଶ୍ନରେ କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏ ସମ୍ପର୍କରେ କୌଣସି ଠୋସ୍ ତଥ୍ୟ ନାହିଁ । ପର୍ଯ୍ୟଟନର ଉନ୍ନତି ପାଇଁ ସରକାର କଣ ନିଷ୍ପତ୍ତି ନେଇଛନ୍ତି ପ୍ରଶ୍ନରେ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପ୍ରୟାସ କରାଯାଇଛି ବୋଲି ଜବାବ ମିଳିଛି ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଏହାର ଅଭିଯାନ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଛି। ଏଥିପାଇଁ, ଦେଖୋ ଆପନା ଦେଶ ଅଭିଯାନ, ଚଲୋ ଇଣ୍ଡିଆ ଅଭିଯାନ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାର୍ଟ, ଭାରତ ପର୍ବ ଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସଂସଦରେ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.