ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଗୁଜବ ହେଲା ସତ, ବିବାହର ୪ ବର୍ଷ ପରେ ଅଲଗା ହେଲେ ଚହଲ-ଧନଶ୍ରୀ

Published By : prameya | February 21, 2025 3:22 PM

ମୁମ୍ବାଇ,୨୧/୦୨: ନତାଶା ଓ ପାଣ୍ଡିଆନଙ୍କ ପରି ଅଲଗା ହେଲେ  ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା।  ବିବାହର ୪ ବର୍ଷ ପରେ ଦୁହେଁ ଅଲଗା ହୋଇଛନ୍ତି । ଟିମ୍ ଇଣ୍ଡିଆର ଏହି ଅଭିଜ୍ଞ ସ୍ପିନର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଭଲ ନ ଥିବାବେଳେ  ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ଅଫିସିଆଲି ସୂଚନା ଦେଇଛନ୍ତି । ନିକଟରେ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଥିବା ବେଳେ ଚହଲ ଧନଶ୍ରୀଙ୍କ ସହ ସମସ୍ତ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ ମଧ୍ୟ କରିଥିଲେ।ଆଉ ବର୍ତ୍ତମାନ ଉଭୟଙ୍କ ଛାଡପତ୍ର ହୋଇଥିବା ସ୍ପଷ୍ଟ ହୋଇଛି । 

ଏହା ମଧ୍ୟ ପଢନ୍ତୁ- ‘ଡାକୁ ମହାରାଜ’ ଫିଲ୍ମରୁ କଟିଲା ଉର୍ବଶୀ ରାଉତେଲାଙ୍କ ସିନ୍ ? ଜାଣନ୍ତୁ କ’ଣ ପାଇଁ…

 ସୂତ୍ରରୁ ପ୍ରକାଶ ଯେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବାର ପ୍ରକୃତ କାରଣ ବର୍ତ୍ତମାନ ଜଣା ପଡିନାହିଁ, କିନ୍ତୁ ଉଭୟ ଅଲଗା ହୋଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ୨୦୨୩  ମସିହାରୁ ଆରମ୍ଭ ହୋଇଥିଲା । ଯେତେବେଳେ ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଚହଲ ନାମକୁ ହଟାଇ ଦେଇଥିଲେ। ସେହି ସମୟରେ ଚହଲ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ ଏକ ନୂତନ ଜୀବନ ଆରମ୍ଭ ହେଉଛି, ଯାହା ତାଙ୍କ ସମ୍ପର୍କରେ ଭଲ ନଥିବା କଳ୍ପନା ଜଳ୍ପନାର କାରଣ ହୋଇଥିଲା। ପରେ ଚହଲ ଏହି ଗୁଜବକୁ ମିଛ କହିଥିଲେ । ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୦ରେ ବିବାହ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.