ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ତାମିଲନାଡୁରେ ଓଡିଆ ମହିଳାଙ୍କୁ ଗଣଦୁଷ୍କର୍ମ: ସ୍ୱାମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅମାନୁଷିକ କାଣ୍ଡ, ୩ ଗିରଫ

Published By : Prameya | February 21, 2025 9:58 AM

ଭୁବନେଶ୍ୱର,୨୧/୦୨: ସ୍ୱାମୀଙ୍କ ସହ କାମ ଖୋଜିବା ପାଇଁ  ତାମିଲନାଡୁରେ ପହଞ୍ଚିଲେ । କିନ୍ତୁ  ସେଠାରେ କାମ ପାଇବା ପୂର୍ବରୁ ଗଣଦୁଷ୍କର୍ମ  ଶିକାର ହେଲେ ଜଣେ ଓଡିଆ ମହିଳା । ଏହି ମାମଲାରେ  ତାମିଲନାଡୁ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି,  ମହମ୍ମଦ ନାଦିମ୍‌ (୨୪), ମହମ୍ମଦ  ଦାନିଶ (୨୫), ବିହାରର ମହମ୍ମଦ  ମୁର୍ସିଦ୍ଦ (୧୯) । ଏହି ୩ଜଣ କାମାନ୍ଧ  ବନ୍ଧୁକ ଦେଖାଇ ସ୍ୱାମୀଙ୍କ ସାମ୍ନାରେ ଅତି  ନିର୍ଦ୍ଦୟ ଭାବେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ ସୂଚାଇଛି ।  

ସୂଚନା ମୁତାବକ, ମଙ୍ଗଳବାର ୨୭ ବର୍ଷୀୟ ମହିଳାଜଣକ ସ୍ୱାମୀ  ଓ ୩ ବର୍ଷର ଶିଶୁ ସହ ଓଡିଶାରୁ ଟ୍ରେନ୍‌ ଯୋଗେ ଯାଇ ତିରୁପ୍ପୁର ରେଳଷ୍ଟେସନରେ ପହଞ୍ଚିଲେ । ରେଳଷ୍ଟେସନରେ ବୁଲୁଥିବା ୩  କାମାନ୍ଧଙ୍କୁ ସେମାନେ ଭେଟିଥିଲେ । ଆଖପାଖରେ ଭଡ଼ା ଘର ଖୋଜିବାକୁ ସେମାନଙ୍କୁ ନିବେଦନ କରିଥିଲେ । ମହିଳାଙ୍କୁ ଦେଖି ଅଭିଯୁକ୍ତମାନଙ୍କ ମନରେ କାମନାର ଲାଳସା ବଢ଼ିଯାଇଥିଲା । ସେମାନେ ଦମ୍ପତିଙ୍କୁ ଭଡ଼ାଘର ଯୋଗାଇବା ସହ କାମଧନ୍ଦା ଖୋଜିଦେବାର ପ୍ରତିଶ୍ରୁତି ଦେଇଥିଲେ ।  ଅଜଣା ସହରରେ ଓଡିଆ ଦମ୍ପତି ବାଧ୍ୟ ହୋଇ ୩ ଜଣ ଅଚିହ୍ନାଙ୍କ କଥାରେ ବିଶ୍ୱାସ କରି ଯାଇଥିଲେ । ଏହାପରେ  ୩ଜଣ କାମାନ୍ଧ ସେମାନଙ୍କୁ ଏକ  ନିଛାଟିଆ ଜାଗାକୁ ନେଇଯାଇଥିଲେ । ସେଠାରେ ଏକ ପରିତ୍ୟକ୍ତ ଘରେ ବନ୍ଧୁକ ଦେଖାଇ ସ୍ୱାମୀଙ୍କୁ ଡରାଇ ପତ୍ନୀଙ୍କୁ ରାତିତମାମ ଦୁଷ୍କର୍ମ କରିଥିଲେ । ଥାନାରେ ଅଭିଯୋଗ  କଲେ କି ଘଟଣା ସମ୍ପର୍କରେ  କାହାରିକୁ ଜଣାଇଲେ, ଜୀବନରୁ  ମାରିଦେବାକୁ ଧମକ ଦେଇଥିଲେ । ପରଦିନ ଓଡିଆ ଦମ୍ପତି ତିରୁପ୍ପୁର  ଉତ୍ତର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତତ୍ପର ହୋଇ ରେଳଷ୍ଟେସନର ସିସିକ୍ୟାମେରାରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା ।  ସେମାନେ ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୩ ଜଣଙ୍କୁ ମାଡି ବସିଛି ।  

ସୂଚନାଯୋଗ୍ୟ, ତାମିଲ୍‌ନାଡୁର ତିରୁପ୍ପୁର ସହର ହେଉଛି ଟେକ୍ସଟାଇଲ୍‌ ହବ୍‌ ।  ଏଠାରେ ବିଭିନ୍ନ ରାଜ୍ୟରୁ ପାଖାପାଖି  ୮ ଲକ୍ଷରୁ ଅଧିକ ପ୍ରବାସୀ କର୍ମଚାରୀ  କାମ କରୁଛନ୍ତି । ଲକ୍ଷାଧିକ ଓଡି଼ଆ  ମଧ୍ୟ ଏହି ଟେକ୍ସଟାଇଲ୍‌ ହବ୍‌ରେ  ଦୀର୍ଘ ବର୍ଷ ଧରି କାମ କରି ଆସୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.