ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାରାଷ୍ଟ୍ରର ଡେପୁଟି ସିଏମ୍ ଏକନାଥ ସିନ୍ଦେଙ୍କୁ ବୋମା ଧମକ, ତଦନ୍ତ କରୁଛି ମୁମ୍ବାଇ ପୋଲିସ

Published By : Tapas Panda | February 20, 2025 4:35 PM

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବୋମା ମାଡ଼ ଧମକ ମିଳିଛି । କେହି ଜଣେ ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଥିବା କୁହାଯାଉଛି । ଇମେଲ ପଠାଇଥିବା ଲୋକକୁ ଖୋଜିବା ପାଇଁ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନେକ ପୋଲିସ ଷ୍ଟେସନକୁ ଏନେଇ ଧମକପୂର୍ଣ୍ଣ ମେଲ୍ ପଠାଯାଇଛି । ପୋଲିସ ଅନୁଯାୟୀ, ଗୋରେଗାଓଁ ପୋଲିସ ଷ୍ଟେସନ, ରାଜ୍ୟ ସଚିବାଳୟ ଏବଂ ଜେଜେ ମାର୍ଗ ପୋଲିସ ଷ୍ଟେସନ ସମେତ ଅନେକ ସ୍ଥାନକୁ ଧମକପୂର୍ଣ୍ଣ ଇମେଲ୍ ମିଳିଛି । ଏହି ମେସେଜ ଜରିଆରେ ସିନ୍ଦେଙ୍କ ଗାଡ଼ି ଉପରେ ସମ୍ଭାବ୍ୟ ବୋମା ଆକ୍ରମଣ ନେଇ ଚେତାବନୀ ଦେଇଛି ଦୁର୍ବୃତ୍ତ। 

ବୋମା ମାଡ଼ ନେଇ ମିଳିଥିବା ଧମକ ମିଥ୍ୟା ହୋଇପାରେ ବୋଲି ପ୍ରଥାମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ କିନ୍ତୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି । ମୁମ୍ବାଇ ପୋଲିସର ସାଇବର ସେଲ୍ ଏବଂ ଗୁଇନ୍ଦା ବିଭାଗ ଇମେଲର ଆଇପି ଠିକଣା ଏବଂ ଏହା କେଉଁଠୁ ପଠାଯାଇଛି ତାହା ଜାଣିବାକୁ ପ୍ରୟାସ କରୁଛନ୍ତି ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ହତ୍ୟା ଧମକ ମିଳିବା ପରେ ଏକନାଥ ସିନ୍ଦେଙ୍କ ଲାଗି ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଅତିରିକ୍ତ ପୋଲିସ ମୁତୟନ କରାଯିବା ସହ  ନଜର ରଖିବା ବ୍ୟବସ୍ଥା ବା ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି ।  ସେପଟେ ଧମକର ସତ୍ୟାସତ୍ୟ କେତେ ରହିଛି ସେନେଇ ପୋଲିସ ଯାଞ୍ଚ କରୁଛି । ସନ୍ଦିଗ୍ଧକୁ ଖୋଜିବା ଲାଗି ସାଧାରଣ ଲୋକଙ୍କ ସହାୟତା ମଧ୍ୟ ଲୋଡ଼ିଛି ମୁମ୍ବାଇ ପୋଲିସ । ସହରରେ କୌଣସି ସ୍ଥାନରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେଇବାକୁ ଲୋକମାନଙ୍କୁ ଅପିଲ୍‌ କରିଛି ମୁମ୍ବାଇ ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.