ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଲେ କଲେଜ ଛାତ୍ରଛାତ୍ରୀ; ଦାବିକୁ ଅସ୍ୱୀକାର କଲେ କଲେଜ କତ୍ତୃପକ୍ଷ

Published By : Bijay Swain | February 21, 2025 9:16 PM

Image courtesy: indiatoday

ନୂଆଦିଲ୍ଲୀ: ତେଲେଙ୍ଗାନାର ନର୍ସି ମୋନ୍ଜି ଇନିଷ୍ଟିଟ୍ୟୁଟ ଅଫ ମ୍ୟନେଜମେଣ୍ଟ ଷ୍ଟଡିଜ୍(ଏନଏମଆଇଏମଏସ)ର କେତେକ ଛାତ୍ର କଲେଜ କ୍ୟାଣ୍ଟିନରେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ମହବୁବନଗର ଜିଲ୍ଲାରେ ଏହି କଲେଜଟି ଥିବା ବେଳେ ଗୁରୁବାର ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ ଅସୁସ୍ଥ ହୋଇପଡିଥିବା ଛାତ୍ରଛାତ୍ରିମାନଙ୍କୁ କଲେଜ କ୍ୟାମ୍ପସ ଭିତରେ ଚିକିତ୍ସା କରାଯାଉଛି। 

ଏହି ଦୁର୍ଘଟଣାରେ ଅସୁସ୍ଥ ହୋଇପଡିଥିବା ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ କଲେଜ କ୍ୟମ୍ପସ ମଧ୍ୟରେ ଡାକ୍ତରଙ୍କ ସହାୟତାରେ ଚିକିତ୍ସା ପ୍ରଦାନ କରୁଛନ୍ତି। ଗଣମାଧ୍ୟମ ସମ୍ମୁଖରୁ ବଞ୍ଚିବା ପାଇଁ କଲେଜ କତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ତେବେ କେତେକ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତରକାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଡାକ୍ତରଖାନା କତ୍ତୃପକ୍ଷ ପୋଲିସକୁ ଜଣାଇବା ପରେ ଏ ଖବର ସମସ୍ତଙ୍କ ସାମ୍ନାକୁ ଆସିଛି। 

ଏହି ମାମଲାରେ କଲେଜ କତ୍ତୃପକ୍ଷଙ୍କୁ ପ୍ରଶ୍ନ ପଚରାଯିବାରୁ ଅସୁସ୍ଥ ଛାତ୍ରଛାତ୍ରୀମାନେ କ୍ୟମ୍ପସ ବାହାରୁ ଖାଦ୍ୟ ଖାଇଥିବାରୁ ଫୁଡ ପଏସନିଂ ହୋଇଯାଇଛି ବୋଲି କହିଥିଲେ। ଏହି ଦୁର୍ଘଟଣାରେ ମୋଟ ୨୭ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ବୋଲି କଲେଜ କତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ମୋଟ୍ ୮୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ବୋଲି ଜଣାପଡିଛି। 

କଲେଜ କ୍ୟଣ୍ଟିନରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ହେବା ସହ ଏନେଇ ଛାତ୍ରଛାତ୍ରୀମାନେ କଲେଜରେ ଅଭିଯୋଗ କରିଥିଲେ ମଧ୍ୟ କଲେଜ କତ୍ତୃପକ୍ଷ ଏହି ଅଭିଯୋଗ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। 

ଫୁଡ ପଏଜଂନି ଘଟଣା ତେଲେଙ୍ଗାନାରେ ନୂଆ ନୁହେଁ। ଗତବର୍ଷ ଅକ୍ଟୋବର ମାସରେ ହାଇଦ୍ରାବାଦରେ ମୋମୋ ଖାଇବା ପରେ ଫୁଡ ପଏଜଂନିରେ ଜଣେ ଲୋକଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଲୋକ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଥିଲେ। ଆଉ ଏହାପରେ ତେଲେଙ୍ଗାନା ସରକାର ଅଣ୍ଡା ଯୁକ୍ତ ମିୟୋନାଇଜକୁ ରାଜ୍ୟରେ ବ୍ୟାନ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.