ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାରାଷ୍ଟ୍ରରେ ସିରିଜ ଦୁର୍ଘଟଣା; ୬ ମୃତ, ଏକାଧିକ ଆହତ

Published By : prameya | February 22, 2025 11:25 AM

ନୂଆଦିଲ୍ଲୀ,୨୨/୦୨: ମହାରାଷ୍ଟ୍ରରେ ସିରିଜ ଦୁର୍ଘଟଣା । ହାଇଓ୍ବେରେ  ପଛକୁ ପଛ ହୋଇ ଧକ୍କା ହେଲା ୬ ଗାଡ଼ି । ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମହାରାଷ୍ଟ୍ର ନାଶିକ ଜିଲ୍ଲାର ଚାନ୍ଦବଡ଼ ତାଲୁକାର ରାହୁଦ ଘାଟରେ ଦୁର୍ଘଟଣା ହୋଇଛି । ଆଉ ଏହି ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ ସବୁ ଗାଡ଼ି ଭାଙ୍ଗି ନଷ୍ଟ ହୋଇଯାଇଛି। 

ଏହା ମଧ୍ୟ ପଢନ୍ତୁ- ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହ୍ଵାଟ୍‌ସଅପ୍‌ ୟୁଜରଙ୍କୁ ଝଟ୍‌କା, ଆକାଉଣ୍ଟ ବ୍ୟାନ୍‌



ସୂଚନା ଅନୁସାରେ, ମାଲେଗାଁକୁ ଯାଉଥିବା ଏକ କଣ୍ଟେନର୍‌ର ଡ୍ରାଇଭର ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ଥିଲା । ଫଳରେ ହାଇଓ୍ବେ ଉପରେ ଦ୍ରୁତଗତିରେ ଆସୁଥିବା ଅନ୍ୟ ଗାଡ଼ି ଗୋଟିଏ ପରେ ଗୋଟିଏ କଣ୍ଟେନର ସହିତ ଧକ୍କା ହୋଇଥିଲା । ଘଟଣା ଏତେ ଭୟଙ୍କ ଥିଲା ଗାଡ଼ିଗୁଡ଼ିକ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହପରି ଡ଼ଜନରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ସେଠାରେ ଚିକିତ୍ସା ଜାରି ରହିଛି। ତେବେ ଏକା ସହିତ ଏତେଟା ଗାଡ଼ି ଧକ୍କା ହେବ ଆଉ ୬ ଜଣଙ୍କ ମୃତ୍ୟୁ ଖବର ପରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.