ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଓଡ଼ିଆ ପୁଅଙ୍କ ଉପରେ ପୁଣି ଭରସା: ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ-୨ ନିଯୁକ୍ତ

Published By : Tapas Panda | February 22, 2025 6:09 PM

ନୂଆଦିଲ୍ଲୀ: ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣି ଗୁରୁ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଶନିବାର ଶକ୍ତିକାନ୍ତ ଦାସଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି । କ୍ୟାବିନେଟର ନିଯୁକ୍ତି କମିଟି ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ଉପରେ ମୋହର ମାରିଛି ।  ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ୧୯୮୦ ବ୍ୟାଚର ଜଣେ ଆଇଏଏସ୍ ଅଧିକାରୀ(ଅବସରପ୍ରାପ୍ତ) । ସେ ତାମିଲନାଡୁ କ୍ୟାଡର ଆଇଏଏସ ଅଧିକାରୀ । ମେ ୨୦୧୭ ପର୍ଯ୍ୟନ୍ତ ସେ ଅର୍ଥନୈତିକ ବ୍ୟାପାର ସଚିବ ଥିଲେ । ଶକ୍ତିକାନ୍ତ ଦାସ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। 

ସେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବ୍ରିକ୍ସ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ସାର୍କରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ଦେଶର ୨୫ତମ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି । ନଭେମ୍ବର ୨୦୧୬ରେ ଯେତେବେଳେ ବିମୁଦ୍ରୀକରଣ ହୋଇଥିଲା, ସେତେବେଳେ ମଧ୍ୟ ଶକ୍ତିକାନ୍ତ ଦାସ ମୁଖ୍ୟ ଭୂମିକା ନେଇଥିଲେ । ପୂର୍ବତନ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର୧୦, ୨୦୨୪ରେ ଶେଷ ହୋଇଥିଲା । ସେ ୧୨ ଡିସେମ୍ବର ୨୦୧୮ରେ RBI ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଥିଲେ । ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ RBI ଗଭର୍ଣ୍ଣର ହୋଇଛନ୍ତି ସଞ୍ଜୟ ମାଲହୋତ୍ରା । ସେପଟେ ଶକ୍ତିକାନ୍ତ ଦାସଙ୍କୁ ପୁଣି ଥରେ ଗୁରୁ ଦାୟିତ୍ବ ଦେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ -୨ ଭାବରେ ନିଯୁକ୍ତ କରାଯାଇଛି । ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ଅଛନ୍ତି ଓଡ଼ିଆ ପୁଅ ପି.କେ ମିଶ୍ର । ଏବେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି ।  

ଶକ୍ତିକାନ୍ତଙ୍କ ଦାସଙ୍କ ସଫଳତା

ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୨୫ତମ ଗଭର୍ଣ୍ଣର ଭାବେ ନିଜ କାର୍ଯ୍ୟକାଳ ଡିସେମ୍ୱର ୧୦ରେ ପୂରଣ କରିଥିଲେ । ଭାରତର ବିକାଶ ଦିଗରେ ତାଙ୍କର ଦକ୍ଷ ଯୋଗଦାନ ସବୁଠୁ ଚର୍ଚ୍ଚିତ । ୨୦୧୮ ଡିସେମ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ହୋଇଥିଲା । ବିମୁଦ୍ରୀକରଣ ପରର ଆହ୍ୱାନଠାରୁ ଆରମ୍ଭ କରି ବୈଶ୍ୱିକ ମହାମାରୀର ସାମନା କରିଛନ୍ତି । କରୋନା ମାହମାରୀ ସାରା ଦୁନିଆ ଅର୍ଥନୀତିକୁ ଅସ୍ଥିର କରିଥିବା ବେଳେ ଭାରତକୁ ସମ୍ଭାଳିବାରେ ଶକ୍ତିକାନ୍ତ ନେଇଥିଲେ ପ୍ରମୁଖ ଭୂମିକା । ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇ ଆରବିଆଇ ନୀତି ବିକଶିତ କଲା । ଗଭର୍ଣ୍ଣର ଭାବେ ନିଜର ପ୍ରଥମ ଭାଷଣରେ ଶକ୍ତିକାନ୍ତ ଆର୍ଥିକ ସ୍ଥିରତାକୁ ବଜାୟ ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ । 

କୋଭିଡ୍-୧୯ ସଂକଟ

କରୋନା ମହାମାରୀ ହୁଏତ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳର ସବୁଠୁ ଆହ୍ୱାନପୂର୍ଣ୍ଣ ସମୟ ଥିଲା । ସାରା ଦୁନିଆର ଅର୍ଥବ୍ୟବସ୍ଥା ଆଣ୍ଠେଇ ଥିବା ବେଳେ, ଶକ୍ତିକାନ୍ତ ଜଣେ ଦକ୍ଷ ସଂକଟ ପରିଚାଳକ ରୂପେ ସାମନାକୁ ଆସିଥିଲେ । ଆରବିଆଇ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମାହାମାରୀ ପ୍ରଭାବକୁ କମ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲା । ଏଥିରେ ସୁଧ ହ୍ରାର ହ୍ରାସ, ଋଣ ପରିଶୋଧ ଉପରେ ରୋକ ଏବଂ ଅର୍ଥନୀତିକୁ ନମନୀୟ କରି ନଗଦ ବଢାଇବା ସାମିଲ ରହିଛି ।

ଆର୍ଥିକ ସମାବେଶ ଏବଂ ନବସୃଜନ ଉପରେ ଗୁରୁତ୍ୱ

ସଂକଟମୋଚକ ହେବା ସହ ଭାରତର ଆର୍ଥିକ ଶୃଙ୍ଖଳାକୁ ଆଧୁନିକୀକରଣରେ ଶକ୍ତିକାନ୍ତ ଦାସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ନେତୃତ୍ୱରେ ଆରବିଆଇ ଫିନଟେକ୍ ଇନୋଭେସନ ପାଇଁ ନିୟାମକ ସ୍ୟାଣ୍ଡବକ୍ସ, ଡିଜିଟାଲ୍ ପେମେଣ୍ଟ, ଅଫଲାଇନ ଡିଜିଟାଲ୍ ପେମେଣ୍ଟ, ୟୁପିଆଇକୁ ନେଇ ଲୋକଙ୍କ ଭରସା ଜିତିବା ଏବଂ ଘରେ ଘରେ ପହଞ୍ଚାଇବାରେ ଅନେକ ସଫଳତା ପାଇଛି । ଶକ୍ତିକାନ୍ତ ଦାସ ବ୍ୟାଙ୍କିଂ ଏବଂ ନନ୍‌ବ୍ୟାଙ୍କିଂ ଫାଇନାନସିଆଲ୍ ସେକ୍ଟରରେ ସଂସ୍କାର ପାଇଁ ଜୋର ଦେଇଆସିଛନ୍ତି । ସମବାୟ ବ୍ୟାଙ୍କକୁ ସଶକ୍ତ କରିବା, ଆସେଟ୍ କ୍ୱାଲିଟିକୁ ମୁଖ୍ୟଧାରାରେ ଆଣିବାରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । 

ମୁଦ୍ରାନୀତି ଆହ୍ୱାନର ମୁକାବିଲା 

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଶକ୍ତିକାନ୍ତ ଦାଶଙ୍କ କାର୍ଯ୍ୟକାଳର ଅନ୍ୟ ଏକ ଆହ୍ୱାନପୂର୍ଣ୍ଣ ଘଟଣା । ବିଶେଷ କରି ବୈଶ୍ୱିକ ସାମଗ୍ରୀର ମୂଲ୍ୟରେ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳାରେ ବାଧା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଏଭଳି ସ୍ଥିତିରେ ଶକ୍ତିକାନ୍ତଙ୍କ ନେତୃତ୍ୱରେ ମୁଦ୍ରାନୀତି କମିଟି ସଠିକ୍ ନିଷ୍ପତ୍ତି ନେଇ ମୁଦ୍ରାସ୍ଫୀତିକୁ ୨-୬% ଟାର୍ଗେଟ୍ ରେଞ୍ଜ ମଧ୍ୟରେ ରଖିବାରେ ବହୁମାତ୍ରାରେ ସଫଳ ହୋଇଥିଲା । ୨୦୨୩ ଆର୍ଥିକ ବର୍ଷରେ ତାଙ୍କର ଆର୍ଥିକ ନୀତି ଯୋଗୁଁ ଦେଶର ଜିଡିପି ୭.୬ ପ୍ରତିଶତ ରହିଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.