ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭାରତର ଟେନ୍‌ସନ୍‌ ଆମେ କାହିଁକି ନେବୁ? ୟୁଏସ୍‌ଏଆଇଡିକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ତୃତୀୟ ଝଟ୍‌କା...

Published By : Prameya | February 22, 2025 2:46 PM

Image source: Live Hindustan

ନୂଆଦିଲ୍ଲୀ,୨୨/୦୨: ଭାରତରେ ନିର୍ବାଚନରେ ମତଦାନ ବୃଦ୍ଧି କରିବା ପାଇଁ ଆମେରିକାରୁ କଥିତଭାବେ ମିଳିଥିବା ୨୧ ମିଲିୟନ ଡଲାରକୁ ନେଇ ତୃତୀୟ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଯେ, ୨୧ ମିଲିୟନ ଡଲାରର ଏହି ଅନୁଦାନ ଭାରତ ପାଇଁ ନୁହେଁ ବରଂ ବାଂଲାଦେଶ ପାଇଁ ‌ଥିଲା। ଟ୍ରମ୍ପ କହିଛନ୍ତି ଯେ,'ଭାରତରେ ମତଦାନ ବଢ଼ାଇବାକୁ ନେଇ ଆମେ କାହିଁକି ଚିନ୍ତା କରିବୁ।' କହିରଖୁଛୁ ଯେ, ଡୋନାଲ୍ଟ ଟ୍ରମ୍ପ ପ୍ରଶାସନ ୟୁଏସ୍‌ଏଆଇଟିର ଏହି ଅର୍ଥରାଶିକୁ ରଦ୍ଦ କରିଦେଇଥିଲେ। 

ଟ୍ରମ୍ପ କହିଛନ୍ତି ଯେ,'୨୧ ମିଲିୟନ ଡଲାର ଆମର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶକୁ ମତଦାନ ବୃଦ୍ଧି ପାଇଁ ପଠାଯାଇଛି। କିନ୍ତୁ ଏଥିରେ ଆମର କ'ଣ ଅଛି, ଆମେ ମଧ୍ୟ ଆମର ମତଦାନ ତଥା ଭୋଟର ବଢ଼ାଇବାକୁ ଚାହୁଁଛୁ।' ସେ କହିଛନ୍ତି ୨୯ ମିଲିୟନ ଡଲାର ବାଂଲାଦେଶରେ ରାଜନୈତିକ ସଂସ୍କାର ପାଇଁ ଦିଆଯାଇଛି। ଯେଉଁ କମ୍ପାନୀକୁ ଏହି ଅର୍ଥରାଶୀ ଦିଆଯାଇଛି, ସେ କମ୍ପାନୀର ନାଁ ମଧ୍ୟ କେବେ ଶୁଣିନାହୁଁ। ସେଠାରେ କେବଳ ଦୁଇଜଣ ଲୋକ କାମ କରୁଥିଲେ। 

ଅଧିକ ପଢ଼ନ୍ତୁ: ୟୁଏସ୍‌ଏଆଇଡିକୁ ନେଇ ପ୍ରତିକ୍ରିୟା ରଖିଲେ ଡୋନାଲ୍ଡ ଟ୍ରମ୍ପ

କହିରଖୁଛୁ ଯେ, ଏହି ପ୍ରସଙ୍ଗକୁ ନେଇ ଏବେ ଭାରତର ରାଜନୈତିକ ବାତାବରଣ ସରଗରମ ରହିଛି। ସେପଟେ ଡୋନାଲ୍ଡ ଟ୍ରମ୍ପ ସରକାରୀ ଖର୍ଚ୍ଚ କମ କରିବା ପାଇଁ ଏକ ନୂଆ ବିଭାଗ ଗଠନ କରିଛନ୍ତି। ଏହି ବିଭାଗର ଦାୟିତ୍ବ ଏଲନ ମସ୍କଙ୍କୁ ଦିଆଯାଇଛି। ସେପଟେ ୨୧ ମିଲିୟନ ଡଲାରକୁ ନେଇ ବିଦେଶ ମନ୍ତ୍ରାଳୟ ଆପତ୍ତି ଜାହିର କରିଛି। ବିଦେଶ ମନ୍ତ୍ରାଳୟ କହିଛି ଯେ,'ଏହିପରି ଆଭ୍ୟନ୍ତରିଣ ମାମଲାରେ ଆମେରିକାର ହସ୍ତକ୍ଷେପ ଚିନ୍ତାଜନକ ଅଟେ। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତର ଅନେକ ଏଜେନ୍ସି ୟୁଏସ୍‌ଏଆଇ ସହିତ କାମ କରୁଛନ୍ତି। ଏବେ ଏନେଇ ପୁଣି ଥରେ ବିଚାର କରାଯିବ। 

ବିରୋଧୀଙ୍କ ସମାଲୋଚନାଶ୍ବେତପତ୍ର ଜାରି କରନ୍ତୁ ସରକାର...

କଂଗ୍ରେସ ଏହି ୟୁଏସ୍‌ଏଆଇଡି ମାମଲାରେ ସରକାରଙ୍କ ଠାରୁ 'ଶ୍ବେତପତ୍ର' ଦାଖଲ କରିବାକୁ ଶୁକ୍ରବାର ପୁଣିଥରେ ଦାବି କରିଥିଲା ଏବଂ କହିଥିଲା ଯେ, ଏହି ପ୍ରସଙ୍ଗ ଅତ୍ୟନ୍ତ ଗମ୍ଭୀର ଅଟେ। ଏଥିପାଇଁ ଏହି ପ୍ରସଙ୍ଗର ପୁ୍ଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସତର ଖୁଲାସା କରାଯିବା ଆବଶ୍ୟକ। କଂଗ୍ରେସର ପଓ୍ବନ ଖେଡ଼ା କହିଛନ୍ତି ଯେ, ୟୁଏସ୍‌ଏଆଇକୁ ନେଇ ଯେଉଁ ଆଲୋଚନା ହେଉଚି, ତାହା ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କରାଯାଉଛି। ତେବେ ପ୍ରକୃତ ମାମଲା କ'ଣ ଏନେଇ ତଦନ୍ତ କରାଯିବା ସହିତ ସରକାର ଶ୍ବେତପତ୍ର ଜାରି କରିବା ଆବଶ୍ୟକ।.

You can also read: ଏଫ୍‌ବିଆଇ ମୁଖ୍ୟ ଭାବରେ ଭାରତୀୟ ବଂଶୋଦ୍ଭବଙ୍କୁ ଦିଆଗଲା ଦାୟିତ୍ବ; କାଶ ପଟେଲଙ୍କ ଉପରେ ଟ୍ରମ୍ପଙ୍କ ଭରସା ପଛର ରଣନୀତି କ'ଣ?



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.