ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଆମେରିକାର ଲୁଇସଭିଲେ ମୋଟର ଭେଇକିଲ୍ ଅଫିସରେ ଗୁଳିମାଡ଼, ୩ ମୃତ

Published By : prameya | February 22, 2025 10:50 AM

ନୂଆଦିଲ୍ଲୀ,୨୨/୦୨: ଆମେରିକାର ଲୁଇସଭିଲେରେ ଥିବା ମୋଟର ଭେଇକିଲ୍ ଅଫିସରେ ଗୁଳିମାଡ଼। ଫଳରେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଲୁଇସଭିଲେ ମେଟ୍ରୋ ପୋଲିସଙ୍କ ସୂଚନା ଅନୁଯାୟୀ, ଅଧିକାରୀମାନେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କୁ ମୃତ ଏବଂ ଅନ୍ୟ ଦୁଇଜଣଙ୍କୁ ଆହତ ହୋଇଥିବା ପାଇଥିଲେ। ଆହତ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଆକ୍ରମଣକାରୀ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । 

ଏହା ମଧ୍ୟ ପଢନ୍ତୁ- BBC କାର୍ଯ୍ୟାଳୟ ଉପରେ ଚଢଉ କଲା ଇଡି; ଲଗାଇଲା ମୋଟା ଅଙ୍କର ଜୋରିମାନା

ସେହିପରି  ଗତ ମାସରେ  ନ୍ୟୁଅର୍ଲିନ୍ସରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା। ସେଠାରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଭିଡ଼ରେ ପସିଥିଲା। ରିପୋର୍ଟ ଅନୁସାରେ, ଡ୍ରାଇଭର ଟ୍ରକରୁ ଓହ୍ଲାଇବା ମାତ୍ରେ ସେ ଭିଡ଼ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହି ଦୁର୍ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାଟି ବର୍ବନ୍ ଷ୍ଟ୍ରିଟ୍ ଏବଂ ଆଇବରଭିଲ୍ ଛକରେ ଘଟିଥିଲା ।  ଏନେଇ ଏଫବିଆଇ ଏହି ମାମଲାର ତଦନ୍ତ କରିଥିବା ବେଳେ  ସ୍ଥାନୀୟ ପୋଲିସ କହିଛି ଯେ, ଏହା ଏକ ଆତଙ୍କବାଦୀ ଆକ୍ରମଣ ନୁହେଁ। ଗୁଳି ଚଳାଇଥିବା ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଯେଉଁ ଭିଡିଓଟି ସାମ୍ନାକୁ ଆସିଥିଲା। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.