ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

BBC କାର୍ଯ୍ୟାଳୟ ଉପରେ ଚଢଉ କଲା ଇଡି; ଲଗାଇଲା ମୋଟା ଅଙ୍କର ଜୋରିମାନା

Published By : Bijay Swain | February 21, 2025 11:49 PM

Image courtesy: ofcom

ନୂଆଦିଲ୍ଲୀ: ବିବିସି ଇଣ୍ଡିଆ ଏବଂ ଏହାର ନିର୍ଦ୍ଦେଶକଙ୍କ ଉପରେ ୩.୪୪ କୋଟିରୁ ଅଧିକ ଜରିମାନା ଲଗାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବିଦେଶୀ ଫଣ୍ଡିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି। ବିବିସି ଇଣ୍ଡିଆ ଡିଜିଟାଲ ମିଡିଆ ସଂସ୍ଥା ପାଇଁ ଧାର୍ଯ୍ୟ ହୋଇଥିବା ୨୬% ବିଦେଶୀ ପୁଞ୍ଜି ବିନିଯୋଗ (FDI) ସୀମାକୁ ଅନୁପାଳନ ନକରି, ଏହାକୁ ୧୦୦% ବଜାୟ ରଖିଛି ବୋଲି ଇଡି ଅଭିଯୋଗ କରିଛି।

ଶୁକ୍ରବାର ଜାରି କରାଯାଇଥିବା ଏକ ଆଦେଶରେ ଇଡି କହିଛି ଯେ ବିସିସି ଡବ୍ଲୁଏସ ଇଣ୍ଡିଆ ଉପରେ ୩,୪୪,୪୮,୮୫୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏହା ସହିତ ୨୦୨୧ ଅକ୍ଟୋବର ୧୫ ପରେ ଅନୁପାଳନ ନକରିବା କାରଣରୁ ଦିନକୁ ୫୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏଥିସହ, କମ୍ପାନୀର ତିନି ନିର୍ଦ୍ଦେଶକ – ଜାଇଲ୍ସ  ଆଣ୍ଟୋନି ହଣ୍ଟ, ଇନ୍ଦୁ ଶେଖର ସିହ୍ନା ଏବଂ ପଲ୍ ମାଇକେଲ୍ ଗିବ୍ବନ୍ସଙ୍କୁ ବ୍ୟକ୍ତିଗତ ଭାବରେ ୧,୧୪,୮୨,୯୫୦ ଟଙ୍କା ଜରିମାନା ଲଗାଯାଇଛି।

୨୦୨୩ ଏପ୍ରିଲରେ ଫେମା(ବିଦେଶୀ ମୁଦ୍ରା ପରିଚାଳନା ଅଧିନିୟମ) ଅନୁଯାୟୀ ବିବିସି ଇଣ୍ଡିଆ ବିରୋଧରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଏହାପୂର୍ବରୁ, ୨୦୨୩ ଫେବ୍ରୁଆରୀରେ ଆୟକର ବିଭାଗ ଦିଲ୍ଲୀ ସମେତ ଅନେକ ସହରରେ ବିବିସି ଇଣ୍ଡିଆ କାର୍ଯ୍ୟାଳୟରେ ଏକ ସର୍ଭେ କରିଥିଲା। ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ଜଣେ ଅଧିକାରୀ କହିଛନ୍ତି ଯେ “ସେପ୍ଟେମ୍ବର ୨୦୧୯ରେ ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (DPIIT) ଡିଜିଟାଲ ମିଡିଆରେ ଏଫଡିଆଇ ସୀମା ୨୬% ସ୍ଥିର କରି ବିଜ୍ଞପ୍ତି ଜାରି କରିଥିଲା। ଏହା ସତ୍ତ୍ୱେ BBC ଡବ୍ଲୁଏସ ଇଣ୍ଡିଆ ଏହାର ବିଦେଶୀ ଅଂଶଧନକୁ ହ୍ରାସ କରି ନାହିଁ ଏବଂ ଏହାକୁ ଶତପ୍ରତିଶତ ବଜାୟ ରଖିଛି। ଯାହା ଭାରତ ସରକାରଙ୍କ ନିୟମ ଉଲ୍ଲଂଘନ କରୁଛି।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.