ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ମହାକୁମ୍ଭରେ ଖୋଲାରେ ଶୌଚ କରିବା ନେଇ NGTର କଡ଼ା ପଦକ୍ଷେପ , ୟୁପି ସରକାରଙ୍କୁ ମାଗିଲା ଜବାବ

Published By : Pradesh | February 22, 2025 7:55 PM

ପ୍ରୟାଗରାଜ : ମହାକୁମ୍ଭରେ ଖୋଲାରେ ଶୌଚ କରିବା ମାମଲାରେ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନଜିଟି) କଡ଼ା ଆଭିମୁଖ୍ୟ ଆପଣାଇଛି। ଏନଜିଟିର ମୁଖ୍ୟ ପୀଠ ମହାକୁମ୍ଭରେ ଶୌଚାଳୟ ସୁବିଧାର ଅଭାବ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ପିଟିସନରେ ୟୁପି ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛି। ଏହା ବ୍ୟତୀତ ପ୍ରୟାଗରାଜ ମେଳା ପ୍ରାଧିକରଣ ଓ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ୟ ନୋଟିସ୍‌ ଜାରି କରାଯାଇ ସାରିଛି। 

ମହାକୁମ୍ଭରେ ଖୋଲାରେ ଶୌଚକୁ ନେଇ ନିପୁଣ ଭୂଷଣଙ୍କ ପକ୍ଷରୁ ଏକ ପିଟିସନ ଦାଏର କରାଯାଇ ଥିଲା। ଦାଏର ପିଟିସନରେ କୁହାଯାଇଛି ଯେ, ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଦାବି କରାଯାଇଛି ଯେ, ସେମାନେ ମଳ ମୂତ୍ର ସମେତ ସବୁ ଦୁର୍ଗନ୍ଧକୁ ସଫା କରିବା ପାଇଁ ଅତ୍ୟାଧୁନିକ ବାୟୋ-ଟୟଲେଟ୍ସ ଲଗାଇଛନ୍ତି, କିନ୍ତୁ ଏହି ସୁବିଧା ଗୁଡ଼ିକର ଅଭାବ ବା ପରିସ୍କାର ପରିଚ୍ଛନ୍ନତାର ଅଭାବ କାରଣରୁ ଅଧିକାଂଶ ଲୋକେ ଗଙ୍ଗା ନଦୀର କୂଳରେ ଖୋଲାରେ ଶୌଚ କରିବାକୁ ବାଧ୍ୟ ଅଛନ୍ତି। ପିଟିସନରେ ଅଭିଯୋଗ ଲଗାଯାଇଛି କି, ଲକ୍ଷ ଲକ୍ଷ ସାଧାରଣ ଲୋକ ଓ ପରିବାର ପର୍ଯ୍ୟାପ୍ତ ସୁବିଧାର ଅଭାବରେ ଗଙ୍ଗା ନଦୀର କୂଳରେ ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଛନ୍ତି। 

ଆବେଦନରେ ଦିଆ ଯାଇଥିବା ଦଲିଲର ସମର୍ଥନରେ ଆବେଦକ ନଦୀରେ ଖୋଲାରେ ଶୌଚ କରିବାର ଭିଡ଼ିଓ କ୍ଲିପ୍‌ ଥିବା ପେନଡ୍ରାଇଭ୍‌ ମଧ୍ୟ ଆଟାଚ୍‌ କରିଛନ୍ତି। କହି ରଖୁଛୁ କି , ସଦ୍ୟ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ମୁଖ୍ୟ ପୀଠର ସମ୍ମୁଖରେ ରିପୋର୍ଟ ଦାଖଲ କରିଛି ,ଯେଉଁଥିରେ ଚାଲୁ ଥିବା ମହାକୁମ୍ଭ ମେଳା ବେଳେ ପ୍ରୟାଗରାଜ (ୟୁପି)ରେ ନଦୀ ପାଣିର ଗୁଣବତ୍ତା ବିଷୟରେ ଚିନ୍ତାଜନକ ନିଷ୍କର୍ଷ ସାମନାକୁ ଆସିଛି। 

ରିପୋର୍ଟରେ କୁହାଯାଇଛି ଯେ, ମହାକୁମ୍ଭ ବେଳେ ସାରା ଦେଶରୁ ଲୋକେ ଯେଉଁଠି ବୁଡ଼ ଦେଉଛନ୍ତି ,ସେଠାରେ ନଦୀ ଜଳର ଯାଞ୍ଚରେ ଫେକଲ କୋଲିଫର୍ମ ( ମାନବା ବା ପଶୁଙ୍କ ମଳର ମିଶ୍ରଣ)ର ଉଚ୍ଚ ସ୍ତର ଦେଖିବାକୁ ମିଳିଛି। ଏନଜିଟି ଏବେ ଏହି ମାମଲାର ଶୁଣାଣି ୨୪ ଫେବ୍ରୁଆରୀରେ କରିବ। ଏହି ଦିନ ୟୁପି ସରକାର , ପ୍ରୟାଗରାଜ ମେଳା ପ୍ରାଧିକରଣ ଓ ଉତ୍ତର ପ୍ରଦେଶ ନିୟନ୍ତ୍ରଣ ବୋର୍ଡକୁ ନିଜର ପକ୍ଷ ରଖିବାକୁ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.