ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୫୮ କୋଟି ଶ୍ରଦ୍ଧାଳୁଙ୍କ ସ୍ନାନ ପରେ ବି ଗଙ୍ଗାଜଳ ଶୁଦ୍ଧ, ପ୍ରମାଣ କଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ

Published By : Prameya | February 22, 2025 4:56 PM

ପ୍ରୟାଗରାଜ ୨୨/୦୨: ମହାକୁମ୍ଭରେ ଅଦ୍ୟାବଧି ୫୮ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଇ ସାରିଲେଣି । ତଥାପି ଗଙ୍ଗା ଜଳର ଶୁଦ୍ଧତା ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ ଡା. ଅଜୟ କୁମାର ସୋନକର ନିଜ ପ୍ରୟୋଗଶାଳାରେ ଏହା ପ୍ରମାଣ କରିଛନ୍ତି । ସେ କହିଛନ୍ତି, ଗଙ୍ଗା ଜଳ କେବଳ ସ୍ନାନଯୋଗ୍ୟ ନୁହେଁ, ବରଂ ଆଲ୍‌କାଲାଇନ୍‌ ୱାଟର ଭଳି ଶୁଦ୍ଧ । ଗଙ୍ଗା ନଦୀ ଜଳର ଶୁଦ୍ଧତା ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ସେ ନିଜର ପ୍ରୟୋଗ ମାଧ୍ୟମରେ ଭୁଲ ପ୍ରମାଣିତ କରିଛନ୍ତି । 

ସୋନକର ଗଙ୍ଗା ଜଳର ପ୍ରୟୋଗଶାଳାରେ ଯାଞ୍ଚ୍‌କୁ ନେଇ ଚାଲେଞ୍ଜ୍‌ ଦେଇଛନ୍ତି । ସେ କହିଛନ୍ତି, ଯାହାର ସନ୍ଦେହ ହେଉଛି, ସେ ମୋ ସାମ୍ନାରେ ଗଙ୍ଗା ଜଳ ନେଇ ଲ୍ୟାବ୍‌ରେ ଯାଞ୍ଚ୍‌ କରି ସନ୍ତୁଷ୍ଟ ହୋଇଯାଆନ୍ତୁ । ସୋନକର ନିଜେ ସଙ୍ଗମ ଓ ଅରୈଲ ସମେତ ୫ ଘାଟରୁ ଗଙ୍ଗା ଜଳର ନମୁନା ସଂଗ୍ରହ କରିଥିଲେ । ଏହା ପରେ ନିଜ ପ୍ରୟୋଗଶାଳାରେ ଯାଞ୍ଚ୍‌ କଲେ । ଲଗାତାର ୩ ମାସର ଅଧ୍ୟୟନରେ ସେ ପ୍ରମାଣ କରିଛନ୍ତି, ଗଙ୍ଗା ଜଳ ସବୁଠୁ ଶୁଦ୍ଧ । ଏଥିରେ ସ୍ନାନ କଲେ କୌଣସି ପ୍ରକାର କ୍ଷତି ହେବନାହିଁ । ପ୍ରୟୋଗଶାଳାରେ ଏହାର ଶୁଦ୍ଧତା ସ୍ପଷ୍ଟ ହୋଇଛି । 

ତାଙ୍କ ଅନୁସାରେ, କୋଟି କୋଟି ଶ୍ରଦ୍ଧାଳୁଙ୍କ ସ୍ନାନ ସତ୍ତେ୍ୱ ଜଳରେ କୌଣସି ବ୍ୟାକ୍ଟେରିଆ ବୃଦ୍ଧି ଦେଖାଯାଇ ନାହିଁ କିମ୍ବା ପିଏଚ୍‌ ସ୍ତରରେ ମଧ୍ୟ କୌଣସି ହ୍ରାସ ହୋଇନାହିଁ । ସୋନକର ପରୀକ୍ଷାରୁ ଜାଣିବାକୁ ପାଇଲେ, ଗଙ୍ଗା ଜଳରେ ୧୧୦୦ ପ୍ରକାର ବ୍ୟାକ୍ଟିରିଓଫେଜ୍‌ ଅଛନ୍ତି । ଏମାନେ ଯେକୌଣସି ପ୍ରକାର ହାନିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଅନ୍ତି । ଏଥିପାଇଁ ଗଙ୍ଗା ଜଳରେ ୫୮ କୋଟି ଶ୍ରଦ୍ଧାଳୁଙ୍କ ସ୍ନାନ ପରେ ବି ଏହା ଦୂଷିତ ହୋଇନାହିଁ । କିଛି ସଂସ୍ଥା ଓ ଲୋକ ଗଙ୍ଗା ଜଳକୁ ନେଇ ଭ୍ରମାତ୍ମକ ରିପୋର୍ଟ ଦେଇଛନ୍ତି । ଏଥିରେ ଗଙ୍ଗା ଜଳକୁ ଆଚମନ ଓ ସ୍ନାନ ପାଇଁ ଅଯୋଗ୍ୟ ଦର୍ଶାଯାଇଛି । କିନ୍ତୁ ସୋନକର ନିଜ ଅଧ୍ୟୟନ ମାଧ୍ୟମରେ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଭୁଲ ପ୍ରମାଣିତ କରିଛନ୍ତି । ସେ କହିଛନ୍ତି ଜଙ୍ଗା ଜଳର ଅମ୍ଳୀୟତା ସାମାନ୍ୟଠୁ ଭଲ । ଏଥିରେ କୌଣସି ପ୍ରକାର ଦୁର୍ଗନ୍ଧ କିମ୍ବା ଜୀବାଣୁ ବୃଦ୍ଧି ହେଉନାହିଁ । ବିଭିନ୍ନ ଘାଟରୁ ନେଇଥିବା ଜଳ ନମୁନାର ପିଏଚ୍‌ ସ୍ତର ପ୍ରୟୋଗଶାଳାରେ ୮.୪ରୁ ୮.୬ ପର୍ଯ୍ୟନ୍ତ ଜଣାପଡ଼ିଲା । ଯାହା ଖୁବ୍‌ ଭଲ ବୋଲି କୁହାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.