ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଦିଲ୍ଲୀରେ ହୃଦୟ ଥରା ଘଟଣା , ମନ୍ଦିରରେ ନିଆଁ ଲାଗି ଜୀବନ୍ତ ଜଳି ଗଲେ ପୂଜାରୀ

Published By : Pradesh | February 22, 2025 8:48 PM

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ମନ୍ଦିରରେ ନିଆଁ ଲାଗିବା ଯୋଗୁଁ ଜଣେ ପୂଜାରୀ ଜୀବନ୍ତ ଜଳି ଯାଇଛନ୍ତି। ପୁଲିସ ମନ୍ଦିରରେ ଜଳୁଥିବା ହିଟରରୁ ନିଆଁ ଲାଗିବାର ଆଶଙ୍କା କରିଛନ୍ତି। ସୂଚନା ଆଧାରରେ, ଦିଲ୍ଲୀର ରୋହିଣୀରେ ଶନିବାର ଏକ ମନ୍ଦିରରେ ନିଆଁ ଲାଗିବା ଦ୍ୱାରା ୬୫ ବର୍ଷର ପୂଜାରୀ ଜଳି ଯାଇଛନ୍ତି। ତାଙ୍କୁ ହସ୍ପିଟାଲ ନିଆ ଯାଇ ଥିଲା , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ପୁଲିସ ଅନୁସାରେ, ମୃତକ ଜଣଙ୍କ ହେଉଛନ୍ତି ପଣ୍ଡିତ ବନୱାରୀ ଲାଲ୍‌ ଶର୍ମା।

ପୁଲିସ କହିଛି ଯେ, ଶନିବାର ପ୍ରେମ୍‌ ନଗର ଥାନାକୁ ସୂର୍ଯ୍ୟ ମନ୍ଦିରରେ ନିଆଁ ଲାଗିବାର ସୂଚନା ଦେବାର ଏକ ପିସିଆର କଲ୍‌ ଆସି ଥିଲା। ପୁଲିସ୍‌ ଟିମ୍‌ ଦମକଳ ବିଭାଗ ସହ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଅଗ୍ନିଶମ ବାହିନୀ ନିଆଁକୁ କାବୁ କରିଛି , କିନ୍ତୁ ପୂଜାରୀ ଶର୍ମା ଭିତରେ ବେହୋସ୍‌ ଭାବେ ଉଦ୍ଧାର ହୋଇ ଥିଲେ। ତାଙ୍କୁ ତୁରନ୍ତ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲ ନିଆ ଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରି ଥିଲେ।

ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଘର ଭିତରେ ଚାଲୁ ଥିବା ହିଟର କାରଣରୁ ନିଆଁ ଲାଗି ଥାଇ ପାରେ। ଅଧିକାରୀମାନେ ୪ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରିଛନ୍ତି, ଯେଉଁଥିରେ ଶର୍ମାଙ୍କ ପରିବାର ଦୁଇ ସଦସ୍ୟ, ଜଣେ ପଡୋଶୀ ଓ  ଅଗ୍ନିକାଣ୍ଡର ସୂଚନା ଦେଇଥିବା ଲୋକ ସାମିଲ ଅଛନ୍ତି। ଏଥିରୁ କେହି ବି ଘଟଣା ବିଷୟରେ କୌଣସି ସନ୍ଦେହ କରି ନାହାନ୍ତି।

ପୁଲିସ୍‌ କହିଛି କି, ନିଆଁ ଲାଗିବାର ସଠିକ୍‌ କାରଣ ଏବେସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ଓ ଫରେନ୍ସିକ ଟିମ୍‌ ଘଟଣା ସ୍ଥଳର ଯାଞ୍ଚ କରୁଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ସବୁ ସମ୍ଭାବିତ ଦିଗକୁ ନେଇ ଯାଞ୍ଚ କରୁଛୁ, କିନ୍ତୁ ଏବେସୁଦ୍ଧା କୌଣସି ବାହାର ବ୍ୟକ୍ତିଙ୍କ ସଂପୃକ୍ତିର କୌଣସି ପ୍ରମାଣ ମିଳି ନାହିଁ। ମାମଲାର ଯାଞ୍ଚ ଚାଲୁ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.