ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Goa: ପୋଷା କୁକୁରକୁ ନେଇ ମହାଭାରତ, ମହିଳାଙ୍କୁ କାର ଚଢାଇ ହତ୍ୟାକଲେ ଯୁବକ

Published By : Bijay Swain | February 22, 2025 10:25 PM

ନୂଆଦିଲ୍ଲୀ: ପୋଷା କୁକୁରକୁ ନେଇ ଆରମ୍ଭ ହୋଇଥିବା ବିବାଦରୁ ହତ୍ୟାକାଣ୍ଡ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତରେ ଘଟିଛି। ଗୋଆକୁ ବୁଲିବାକୁ ଆସିଥିବା ଦିଲ୍ଲୀ ଅଞ୍ଚଳର ଜଣେ ପର୍ଯ୍ୟଟକ ଜଣେ ସ୍ଥାନିୟ ମହିଳାଙ୍କୁ କାର ଚଢାଇ ହତ୍ୟା କରିଛିନ୍ତି। ସାମାନ୍ୟ କଥାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଧରିବାରେ ସଫଳ ହୋଇଛି। 

ସୂଚନା ମୁତାବକ, ମାରିଆଫେଲିଜ ଫର୍ଣ୍ଣାଡିଜ ଓ ତାଙ୍କ ପୁଅ ଗୋଆ ବୁଲିବାକୁ ଆସିଥିବା ଏକ ପର୍ଯ୍ୟଟକ ଦଳକୁ ସେମାନଙ୍କ ପୋଷା କୁକୁରକୁ ତାଙ୍କ ଘର ନିକଟକୁ ଆଣିବାକୁ ବାରଣ କରିଥଲେ। କାରଣ ଫର୍ଣ୍ଣାଡିଜଙ୍କ ଘରେ ଥିବେ କୁକୁର ସହ ପର୍ଯ୍ୟଟକଙ୍କ କୁକୁର ମଧ୍ୟରେ ପୂର୍ବରୁ କାମୁଡାକାମୁ଼ଡି ଲାଗିଯାଇଥିଲେ। ଏହି ସାମନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା। 

ଏହି ସମୟ ମଧ୍ୟରେ ପର୍ଯ୍ୟଟକ ଗୋଷ୍ଠି ମଧ୍ୟରୁ ଜଣେ ମହିଳା ପର୍ଯ୍ୟଟକ ବାହାରି ଫର୍ଣ୍ଣାଡିଜଙ୍କ କେଶକୁ ଟାଣି ଦେଇଥିଲେ। ଏହି ଅପ୍ରତ୍ତ୍ୟାସିତ ଆକ୍ରମଣରେ ଫର୍ଣ୍ଣାଡିଜ ତଳେ ପଡିଯାଇଥିଲେ। ଏହି ଆକ୍ରମଣରେ ଫର୍ଣ୍ଣାଡିଜଙ୍କ କାନ୍ଧ ହାଡ ଭାଙ୍ଗିଯାଇଥିଲା। ଏହା ଦେଖି ନିକଟରେ ଥିବା ଫର୍ଣ୍ଣାଡିଜଙ୍କ ପୁଅ ଜୋସେଫ ତାଙ୍କୁ ଉଠାଇବା ପାଇଁ ଘଟମାସ୍ଥଳକୁ ଚାଲିଆସିଥିଲେ। 

ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ବାତ୍ରା ଏକ ଗାଡିକୁ ଦ୍ରୁତ ଗତିରେ ଆଣି ତଳେ ପଡିଥିବା ଫର୍ଣ୍ଣାଡିଜଙ୍କ ଉପରେ ଚଢାଇ ନେଇଥିଲେ। ଏହି ଘଟଣା ଏତେ ଭୟଙ୍କର ଥିଲା ଯେ କାର ସହ ଫର୍ଣ୍ଣାଡିଜଙ୍କ ଶରୀର ୧୦ ମିଟର ଯାଏ ଘୋଷାରି ହୋଇଯାଇଥିଲା। ତେବେ ନିକଟରେ ଥିବା ସିସିଟିଭିରେ ଏହି ସମସ୍ତ ଦୃଶ୍ୟ କଏଦ ହୋଇଯାଇଥିଲା। 

ଦୀପକ କ୍ରୋଧରେ ଏପରି କାର୍ଯ୍ୟ କରିଛି ବୋଲି ସ୍ଥାନିୟ ଲୋକମାନେ ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଚଣା ଘଟାଇବା ପରେ ଦୀପକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଅଧିନରେ ସେକ୍ସନ ୧୨୩ ଓ ୨୮୧ ଆଧାରରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଦୀପକକୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଏବେ ମଧ୍ୟ ଏହି ମାମଲାର ଯାଞ୍ଚ ଜାରି ରହିଛି ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.