ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Tunnel Collapse: ପୁଣି ଭୁସୁଡି ପଡିଲା ଆଉ ଏକ ନିର୍ମାଣଧିନ ଟନେଲ; ଭିତରେ ଫଶି ରହିଛନ୍ତି ୬ରୁ ଅଧିକ ଲୋକ

Published By : Bijay Swain | February 22, 2025 4:55 PM

Image courtesy: indiatoday

ନୂଆଦିଲ୍ଲୀ: ପୁଣି ଆଉ ଏକ ଟନେଲରେ ଦୁର୍ଘଟଣା। ଭୁସୁଡି ପଡିଲା ନିର୍ମାଣଧିନ ଟନେଲର ଛାତ। ଆଉ ଏହା ଭିତରେ ଫଶି ରହିଛନ୍ତି ୬ ଜଣ ନର୍ମାଣ ଶ୍ରମିକ। ଜାରି ରହିଛି ଉଦ୍ଧାର କାର୍ଯ୍ୟ। କିନ୍ତୁ ଭିତରେ ଫଶିଯାଇଥିବା ଶ୍ରମିକମାନେ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ। ଏନେଇ ଚିନ୍ତାରେ ସରକାର।

ଖବର ମୁତାବକ, ଶନିବାର ତେଲେଙ୍ଗାନାର ନାଗରକୁର୍ଣ୍ଣୋଲ ଜିଲ୍ଲାରେ ନିର୍ମାଣଧିନ ଏକ ଟନେଲର ଛାଡ ଭୁସୁଡି ପଡିଛି। ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକ ଟନେଲ ଭିତରେ ଫଶିରହିଥିବା ବେଳେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ସହ ଯୁଦ୍ଧକାଳିନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିବାକୁ ସେ ଅଧିକାରିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଏହି ଟନେଲଟି ଶ୍ରୀ ସାଇଲମକୁ ଦେବରକୋଣ୍ଡୋକୁ ଯୋଡିବା ପାଇଁ ନିର୍ମାଣ କରାଯାଉଛି। ଟନେଲର ଲମ୍ବ ୧୪ କିଲୋମିଟର ହୋଇଥିବା ବେଳେ ନିକଟରେ ଏହାର କଂକ୍ରିଟ ଛାତ ପଡିଥିଲା। ତେବେ ସିପେଜକୁ ବନ୍ଦ କରିବା ପାଇଁ ନିର୍ମାଣ କରାଯାଇଥିବା ଛତ ଭୁଷୁଡି ପଡିବା କାରଣରୁ ଏହି ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି। 

ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରି ଏକ ବିବୃତି ଜାରି କାରାଯାଇଛି। ବିବୃତିରେ “ଏହି ଦୁର୍ଘଟଣାରେ କେତେକ ଲୋକ ଆହାତ ହୋଇଛନ୍ତି” ବୋଲି ଉଲ୍ଲେଖ ରହିଛି। ଏହା ସହ ରେବନ୍ତ ରେଡ୍ଡୀ ଜିଲ୍ଲାପାଳ, ପୋଲିସ ନିରିକ୍ଷକଙ୍କ ସହ ହାଇଦ୍ରାବାଦ ବିପର୍ଯ୍ୟୟ ମୁକାବିଲା ଓ ଧନଜୀବନ ସୁରକ୍ଷା ଏଜେନ୍ସି(ହାଇଡ୍ରା) କୁ ତୁରନ୍ତ ଉଦ୍ଧାରକାର୍ଯ୍ୟ ଜାରି ରଖିବାକୁ ଆଦେଶ ଦେଇଛନ୍ତି। 

ବର୍ତ୍ତମାନଯାଏ ଏହି ଦୁର୍ଘଟଣାରେ ମୋଟ୍ କେତେଜଣ ଶ୍ରମିକ ଫଶି ରହିଛନ୍ତି ତାହା ଜଣାପଡିପାରି ନାହିଁ। ତେବେ ଖବର ସରବରାହ ସଂସ୍ଥା ପିଟିଆଇକୁ ଜଣେ ପୋଲିସ ଅଧିକାରି ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣାରେ ରେ ୮ ଜଣ ଶ୍ରମିକ ଫଶି ରହିଥିବାର ସମ୍ଭାବନା ରହିଛି। 

ଆପଣଙ୍କୁ ଜଣାଇ ରଖୁ ଯେ ଟନେଲ ଦୁର୍ଘଟଣା ଭାରତରେ ନୂଆ ନୁହେଁ। ନଭେମ୍ବର ୧୨ ତାରିଖ ୨୦୨୩ ମସିହାରେ ଉତ୍ତରାଖଣ୍ଡର ଏକ ଟନେଲ ଭୁଷୁଡି ପଡିଥିଲା। ଏହି ଦୁର୍ଘଟଣାରେ ମୋଟ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଥିଲେ। ତେବେ ଦୀର୍ଘ ୧୭ ଦିନର ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତର ସହ ଉଦ୍ଧାର କରାଯାଇଥିଲା। 

ରାଜ୍ୟ ଜଳସେଚନ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡୀ, ଜଳସେଚନ ପରାମର୍ଶଦାତା ଆଦିତ୍ୟ ନାଥ ଦାସ, ଆଇଜି ସତ୍ୟନାରାୟଣ ଓ ଅଗ୍ନିଶମ ବିଭାଗର ଡିଜି ଜିବି ନାରାୟଣ ରାଓ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। କେନ୍ଦ୍ର କୋଇଲା ମନ୍ତ୍ରୀ ଏନେଇ କ୍ଷୋଭ ପ୍ରକାଶ କରିବା ସହ ବିବାଗିୟ ଅଧିକାରି ମାନଙ୍କୁ ଫଶିରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତର ସହ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.