ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୧ଅପ୍ରେଲରୁ ଆରମ୍ଭ ହେବ ମୋଦି ସରକାରଙ୍କ ଏହି ସ୍କିମ୍‌ , କେନ୍ଦ୍ରୀୟ କର୍ମଚାରୀଙ୍କ ଉପରେ ପଡ଼ିବ ସିଧା ପ୍ରଭାବ

Published By : Prameya | February 22, 2025 4:44 PM

ନୂଆଦିଲ୍ଲୀ : ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ୍‌ ଏକ ଅପ୍ରେଲରୁ ଏକ ଏମିତି ଯୋଜନା ଲାଗୁ ହେଉଛି, ଯାହାର ସିଧା ପ୍ରଭାବ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବାକୁ ଯାଉଛି। ଏହାର ନାଁ ୟୁନିଫାଇଡ୍‌ ପେନସନ ସ୍କିମ୍‌ (ୟୁପିଏସ)। ଏହି ଯୋଜନା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବିକଳ୍ପ ଭାବେ ପ୍ରଦାନ କରାଯାଇଛି। ଗତବର୍ଷ ଲଞ୍ଚ କରାଯାଇ ଥିବା ଏହି ଯୋଜନା ଏକ ଅପ୍ରେଲ ୨୦୨୫ରୁ ଲାଗୁ ହେବ। ଏହା ଲାଗୁ ହେବା ପରେ ସରକାରୀ କର୍ମଚାରୀ, ନ୍ୟାସନାଲ ପେନସନ ସ୍କିମ୍‌ (ଏନପିଏସ) ବା ୟୁନିଫାଇଡ୍‌ ପେନସନ ସ୍କିମ୍‌ (ୟୁପିଏସ) ମଧ୍ୟରୁ କୌଣସି ଗୋଟିଏ ବିକଳ୍ପ ବାଛି ପାରିବେ। 

ଯୋଜନାର ବିଶେଷତ୍ୱ -

ୟୁନିଫାଇଡ୍‌ ପେନସନ ସ୍କିମ୍‌ରେ ସରକାରୀ କର୍ମଚାରୀଙ୍କୁ ସୁନିଶ୍ଚିତ ପେନସନ ଦିଆଯିବାର ପ୍ରାବଧାନ ରହିଛି। ଯେଉଁ କର୍ମଚାରୀମାନେ ଅତି କମ୍‌ରେ ୨୫ ବର୍ଷ ଯାଏ ଚାକିରି କରିଛନ୍ତି, ତାଙ୍କୁ ଅବସରର (ରିଟାୟରମେଣ୍ଟ) ପ୍ରଥମ ୧୨ ମାସରେ ରହିଥିବା ତାଙ୍କର ହାରାହାରି ବେସିକ୍‌ ଦରମାର ଅଧା ଅର୍ଥାତ୍‌ ୫୦ ପ୍ରତିଶତ ନିଶ୍ଚିତ ପେନସନ ହାସଲ ହେବ। ୨୫ବର୍ଷରୁ କମ୍‌ ଚାକିରି କରିଥିବା କର୍ମଚାରୀଙ୍କ ମାମଲାରେ ପେନସନର ରାଶିର ନିର୍ଦ୍ଧାରଣ ତାଙ୍କର କାର୍ଯ୍ୟକାଳର ଅନୁପାତରେ ସ୍ଥିର କରାଯିବ ଏବଂ ଯୋଜନା ପାଇଁ ସର୍ବନିମ୍ନ ସେବା ଅବଧି ୧୦ ବର୍ଷ ସ୍ଥିର କରାଯାଇଛି। ସର୍ବନିମ୍ନ ୧୦ ବର୍ଷର ସେବା ପରେ ସେବା ନିବୃତ୍ତିରେ ୧୦,୦୦୦ଟଙ୍କା ପ୍ରତି ମାସ ଦିଆ ଯିବାର ପ୍ରାବଧାନ ରହିଛି। ଯଦି କର୍ମଚାରୀଙ୍କ ନିଧନ ହୋଇ ଯାଏ ତ, ତାଙ୍କର ପତ୍ନୀ ବା ପତିଙ୍କୁ ପାରିବାରିକ ପେନସନ ଦିଆଯିବ। ଏହି ପେନସନ କର୍ମଚାରୀଙ୍କ ମୃତ୍ୟୁର ଠିକ୍‌ ପୂର୍ବରୁ ତାଙ୍କ ପେନସନର ୬୦ ପ୍ରତିଶତ ରହିବ। 

କିଏ ଏଥିରେ ଯୋଡ଼ି ହୋଇ ପାରିବେ ?

ଯେଉଁ କର୍ମଚାରୀ ୧ଜାନୁଆରୀ ୨୦୦୪ ପରେ ସରକାରୀ ସେବାରେ ସାମିଲ ହୋଇଛନ୍ତି ଏବଂ ଯେଉଁମାନେ ରାଷ୍ଟ୍ରୀୟ ପେନସନ ଯୋଜନା (ଏନପିଏସ)କୁ ଚୟନ କରିଛନ୍ତି, କେବଳ ତାଙ୍କୁ ୟୁପିଏସ ସହ ଯୋଡ଼ି ହେବାର ସୁଯୋଗ ମିଳିବ। ବର୍ତ୍ତମାନ ଥିବା କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ଭବିଷ୍ୟତର କର୍ମଚାରୀ, ଉଭୟଙ୍କ ପାଖରେ ଏହି ବିକଳ୍ପ ହେବ କି ସେ ଏନପିଏସ ଅନୁସାରେ, ୟୁପିଏସର ବିକଳ୍ପ ବାଛନ୍ତୁ ବା ବିନା ୟୁପିଏସ ବିକଳ୍ପର ଏନପିଏସକୁ ଜାରି ରଖନ୍ତୁ। ଥରେ ବିକଳ୍ପ ବାଛିବା ପରେ ଏଥିରେ ଆଉ ପରିବର୍ତ୍ତନ କରାଯାଇ ପାରିବ ନାହିଁ।

କର୍ମଚାରୀଙ୍କୁ କରିବାକୁ ହେବ କଣ୍ଟ୍ରିବ୍ୟୁଟ୍‌-

ୟୁପିଏସ ମାଧ୍ୟମରେ ପେନସନ ପାଇବା ପାଇଁ ଅତି କମ୍‌ରେ ୧୦ବର୍ଷର ସେବା ଜରୁରୀ। କର୍ମଚାରୀଙ୍କୁ ଏନପିଏସ ପରି, ଏଠାରେ ବି ମୂଳ ବେତନର ୧୦ ପ୍ରତିଶତ କଣ୍ଟ୍ରିବୁଟ୍‌ କରିବାକୁ ହେବ। ଅର୍ଥାତ୍‌ ଏହି ଯୋଜନାରେ କର୍ମଚାରୀ ଓ ସରକାରଙ୍କ ମୋଟ ଯୋଗଦାନ ୨୮.୫ ପ୍ରତିଶତ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.