ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Chhattisgarh: ରାତିରେ ବନ୍ଦ ହେବନି ଦୋକାନ ବଜାର; ଘୋଷଣା କଲେ ଛତିଶଗଡ ସରକାର...

Published By : Bijay Swain | February 21, 2025 11:39 PM

Image courtesy: indiatoday

ନୂଆଦିଲ୍ଲୀ: ଆଉ ବନ୍ଦ ହେବନି ଦୋକାନ ବଜାର। ସହରାଞ୍ଚଳରେ ଥିବା ସମସ୍ତ ଦୋକାନ, ପାର୍ଲର, କାଫେ ଓ ରେଷ୍ଟୁରାଣ୍ଟ ଗୁଡିକ ଏଣିକି ରାତିରେ ବି ବନ୍ଦ ହେବନି। ଏଣିକି ଏଗୁଡିକ ୨୪ ଘଣ୍ଟା ଖୋଲା ରହିବ। ବେପାର ବାଣିଜ୍ୟ ବୃଦ୍ଧି କରିବା ସହ ନିଯୁକ୍ତି ସୃଷ୍ଟି ଓ ସହରାଞ୍ଚଳର ବିକାଶ ବୃଦ୍ଧି କରିବାକୁ ଛତିଶଗଡ ସରକାର କିଛି ଏପରି ଘୋଷଣା କରିଛିନ୍ତି। 

କିନ୍ତୁ ଛତିଶଗଡରେ ଥିବା ସମସ୍ତ ମଦ ଦୋକାନ ପୂର୍ବ ଭଳି ରାତି ୧୦ଟାରେ ବନ୍ଦ ହେବ। ଏହା ଆଦେଶ ମଦ ଦୋକାନ ଉପରେ କାର୍ଯ୍ୟକାରି ହେବନାହିଁ। ଏହା ସହ ମହିଳାମାନଙ୍କୁ ମଧ୍ୟ ରାତ୍ରିକାଳିନ ଡ୍ୟୁଟି କରିବାକୁ ଅନୁମତି ଦେବେ ରାଜ୍ୟ ସରକାର।

ଏହି ନିର୍ଦ୍ଦେଶକୁ ଘୋଷଣା କରି କ୍ୟାବିନେଟ ମନ୍ତ୍ରୀ ଲକ୍ଷନ ଲାଲ ଦେୱାନଗନ “ଛତିଶଗଡରେ ଥିବା ବିଭିନ୍ନ ଦୋକାନ ବର୍ତ୍ତମାନଠୁ ୨୪ ଘଣ୍ଟା ଖୋଲା ରହିବ। ମହିଳା ମନଙ୍କୁ ମଧ୍ୟ କାମ କରିବାକୁ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟର ଅର୍ଥନୈତିକ ଶକ୍ତି ବୃଦ୍ଧି କରିବ। ଛତିଶଗଡ ସମସ୍ତ ଛୋଟବଡ ସହରକୁ ମେଟେରୋପଲିଟାନ ଶୈଳିର ସହର ଭଳି ବନାଯିବାର ଲକ୍ଷ୍ୟ ରହିଛି” ବୋଲି କହିଛନ୍ତି। 

ସୂଚନା ମୁତାବକ, ଦେଶର ମାତ୍ର ଅଳ୍ପ କେତେକ ସହରରେ ୨୪ ଘଣ୍ଟା ଦୋକାନ ଖୋଲା ରହିବାକୁ ଅନୁମତି ରହିଛି। କିନ୍ତୁ ଛତିଶଗଡ ସରକାରଙ୍କ ଏହି ନିଷ୍ପତ୍ତି ଆସିବା ପରେ ଛତିଶଗଡର ଛୋଟବଡ ସମସ୍ତ ସହରରେ ଥିବା ସମସ୍ତ ଦୋକାନ ଲୋକମାନଙ୍କ ପାଇଁ ୨୪ ଘଣ୍ଟା ଖୋଲାରହିବ। ପୂର୍ବରୁ ଛତିଶଗଡରେ ଏହି ଅନୁମତି ପାଇବା ପାଇଁ ଦୀର୍ଘଦିନର କୋର୍ଟ ପ୍ରୋସିଡିଙ୍ଗର ସମ୍ନା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏହା ବହୁ ସହଜ ହୋଇଯିବ।

ଫେବୃଆରି ୧୩ ତାରିଖ ଦିନ ଜାରି ହୋଇଥିବା ଏକ ଅଧିସୂଚନା ଅନୁଯାୟି ବର୍ତ୍ତମାନ ମୁନ୍ସିପାଲଟି ଅଧିନରେ ଥିବା ସମସ୍ତ ଦୋକାନକୁ ଶ୍ରମ ବିଭାଗ ଅଧିନକୁ ଅଣାଯିବ। ନୂତନ ରେଜିଷ୍ଟ୍ରେସନ ପଇଠ ମଧ୍ୟ ଜାରି କରାଯାଇଛି। ଯାହାକୁ ଦେଇ ଲୋକମାନେ ନିଜନିଜର ଦୋକାନକୁ ୨୪ ଘଣ୍ଟା ଖୋଲା ରଖିପାରିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.