ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ପରିତ୍ୟକ୍ତ ବିଲ୍ଡିଂରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପକେଟରୁ ମିଳିଲା ସୁଇସାଇଡ୍ ନୋଟ୍

Published By : Prameya | February 18, 2025 1:04 PM

ଭୁବନେଶ୍ୱର ୧୮/୦୨: ସି ସୋର୍ ପରିତ୍ୟକ୍ତ ବିଲ୍ଡିଂରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପକେଟରୁ ମିଳିଲା ସୁଇସାଇଡ୍ ନୋଟ୍। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା ପୋଲିସ। ହତ୍ୟା ନା ଆତ୍ମହତ୍ୟା ବିଭିନ୍ନ ଦିଗରୁ ପୋଲିସ ତନାଘନା। ସୁଇସାଇଡ୍ ନୋଟ୍ ପ୍ରେମ ଜନିତ କାରଣ ଥିବା ସନ୍ଦେହ।

ସୂଚନା ମୁତାବକ, ସୋମବାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ସି ସୋରର ପରିତ୍ୟକ୍ତ ବିଲ୍ଡିଂ ଜ‌ଣେ ବିସିଏ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ମୃତ ଛାତ୍ର ଜଣକ ସୁମନ ବିଶ୍ବାଳ ବୋଲି ପରିଚୟ ମିଳିଛି। ସେ ସ୍ଥାନୀୟ ଘରୋଇ କଲେଜରେ ବିସିଏ ଦ୍ବିତୀୟ ବର୍ଷରେ ପାଠପଢ଼ୁଥିବା ଜଣାପଡିଛି। ଆସନ୍ତାକାଲି ସୁମନ ପରୀକ୍ଷା ଦେଇଥାନ୍ତେ। ତେବେ ତାଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ କରାଯାଉଛି। ପରିବାରଲୋକ ଥାନାରେ ପହଞ୍ଚି ଅଭିଯୋଗ କରିଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.