ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇ ଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ପ୍ରେମିକକୁ ଗିରଫ କଲା ପୁଲିସ, ଆଜି ହେବ ଛାତ୍ରୀଙ୍କ ବ୍ୟବଚ୍ଛେଦ

Published By : Prameya | February 18, 2025 11:14 AM

ଚନ୍ଦ୍ରଶେଖରପୁର/କଟକ,୧୮/୦୨: ଭୁବନେଶ୍ୱରର  ଇନ୍‌ଫୋସିଟିସ୍ଥିତ ଘରୋଇ  ବିଶ୍ୱବିଦ୍ୟାଳୟରେ ଜଣେ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ  ପରେ ଛାତ୍ରଛାତ୍ରୀଙ୍କ ପ୍ରତି ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷଙ୍କ ବ୍ୟବହାରକୁ ନେଇ ବିଶ୍ୱବ୍ୟାପୀ ଓଡ଼ିଶା ନିନ୍ଦିତ ହୋଇଛି । ପ୍ରେମିକର ନିର୍ଯାତନା ଅସହ୍ୟ ହେବାରୁ  ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା  ଅଭିଯୋଗ ପାଇ ପୁଲିସ ବିମାନବନ୍ଦରରୁ ପ୍ରେମିକକୁ ଗିରଫ କରିଛି । ମୃତ ଛାତ୍ରୀ ହେଲେ ପ୍ରକୃତି ଲମସାଲ । ତାଙ୍କ ଘର ନେପାଳ ହୋଇଥିବା ବେଳେ ସେ ଉକ୍ତ ଶିକ୍ଷାନୁଷ୍ଠାନରେ ବିଟେକ୍‌  ତୃତୀୟ ବର୍ଷରେ ପଢୁଥିଲେ । ଗିରଫ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବ(୨୧)ର ଘର  ଉତ୍ତରପ୍ରଦେଶରେ । ଯୁବତୀଙ୍କ ପରିବାର ଲୋକେ ଭୁବନେଶ୍ବରରେ ପହଞ୍ଚିଥିବା ସୂଚନା ମିଳିଛି। ମୃତ ନେପାଳ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ଏହି ଘଟଣାରେ ନେପାଳ  ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଉଦ୍‌ବେଗ  ପ୍ରକାଶ କରିଛନ୍ତି । ଓଡ଼ିଶାରେ ପ୍ରଭାବିତ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସର ଦୁଇଜଣ ଅଧିକାରୀଙ୍କୁ ପଠାଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ  ହଷ୍ଟେଲରେ ରହିବାକୁ ଚାହିଁବେ ତାହାର ବ୍ୟବସ୍ଥା ହେବ ଏବଂ ଯେଉଁମାନେ ଘରକୁ  ପଳାଇବାକୁ ଚାହିଁବେ ତାହାର ମଧ୍ୟ  ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି ।  ପ୍ରକୃତି ରବିବାର ରାତିରେ ହଷ୍ଟେଲ  ରୁମରେ ରଶି ଲଗାଇ ଆତ୍ମହତ୍ୟା  କରିଥିଲେ । ଏହାକୁ ନେଇ ଗତକାଲି  ବିଳମ୍ବିତ ରାତିରେ ବିଶ୍ୱବିଦ୍ୟାଳୟ  ପରିସରରେ ଉତ୍ତେଜନା ପ୍ରକାଶ  ପାଇଥିଲା । ଶତାଧିକ ନେପାଳ ଛାତ୍ରଛାତ୍ରୀ  ବ୍ୟାପକ ଭଙ୍ଗାରୁଜା କରିବା ସହ ଫାଟକ ଆଗରେ ଧାରଣାରେ ବସିଥିଲେ । ପ୍ରେମିକ ନିର୍ଯାତନା ଦେଇଥିବା ଅଭିଯୋଗ  ଆଣି ତାଙ୍କୁ ତୁରନ୍ତ ଗିରଫ କରିବାକୁ  ଦାବି କରିଥିଲେ । ଏହା ଦେଖି ଫେରାର୍‌ ହୋଇଯାଉଥିବା ପ୍ରେମିକକୁ ଇନ୍‌ଫୋସିଟି ଥାନା ପୁଲିସ ବିମାନବନ୍ଦରରୁ ଉଠାଇ ଆଣିଛି । ଅଦ୍ଭିକର ଘର ଉତ୍ତରପ୍ରଦେଶ ଲକ୍ଷ୍ନୌ ଆଲିଗଞ୍ଜ ଅଞ୍ଚଳରେ । ସେ  ମଧ୍ୟ ଏଠାରେ ବିଟେକ୍‌ ତୃତୀୟ  ବର୍ଷରେ ପଢୁଥିଲେ ।

ଉତ୍ତେଜନା ବଢିବା ଆଶଙ୍କାରେ କର୍ତ୍ତୃପକ୍ଷ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ  ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ । ୫୦ରୁ ଊଦ୍ଧ୍ୱର୍ ନେପାଳ  ଛାତ୍ରଙ୍କୁ ହଷ୍ଟେଲ ଖାଲି କରି ଘରକୁ ପଠାଇବା ପାଇଁ କଟକ ରେଳ ଷ୍ଟେସନରେ  ଜବରଦସ୍ତି ଛାଡ଼ି ଦେଇଥିଲେ । ସେଠାରୁ ୩୦ ଜଣ ଛାତ୍ର ଦିନ ପ୍ରାୟ ସାଢ଼େ ୪ଟା  ବେଳେ ପାଟ୍‌ନା ଯାଉଥିବା ପୁରୀ-ପାଟ୍‌ନା ଏକ୍ସପ୍ରେସ୍‌ର ଲୋକାଲ୍‌ କୋଚ୍‌ରେ  ଚଢ଼ି ଯାତ୍ରା କରିଥିଲେ । କୋଚ୍‌ରେ ବହୁ ଭିଡ଼ ଥିଲେ ବି ଅନ୍ୟ ଉପାୟ ନପାଇ  ଛାତ୍ରମାନେ ସେଥିରେ ଯାଇଥିଲେ । ମାତ୍ର ୨୦ରୁ ୨୫ ଜଣ ଛାତ୍ର ଟ୍ରେନ୍‌ରେ  ନ ଚଢ଼ି ଷ୍ଟେସନ୍‌ ପାଖରୁ ଅଟୋରେ ବସି ଅନ୍ୟତ୍ର ପଳାଇଥିବା ଦେଖିବାକୁ  ମିଳିଥିଲା । କଟକ ଆର୍‌ପିଏଫ୍‌ ପୋଷ୍ଟର ଅଧିକାରୀ ଅନିଲ ସିଂହ କହିଛନ୍ତି  ଯେ ନେପାଳର ଯେଉଁ ଛାତ୍ରମାନେ ସକାଳେ ଷ୍ଟେସନ୍‌ ପାଖକୁ ଆସିଥିଲେ,  ସେମାନଙ୍କ ମଧ୍ୟରୁ ଏବେ ଷ୍ଟେସନ୍‌ରେ ଜଣେ ହେଲେ ବି କେହି ନାହାନ୍ତି ।  

ପୁଲିସ ସୂଚନା ଅନୁଯାୟୀ, ଦୁଇବର୍ଷ ପୂର୍ବେ ଉକ୍ତ ବିଶ୍ୱବିଦ୍ୟାଳୟରେ ଅଦ୍ଭିକଙ୍କ  ସହ ପ୍ରକୃତିଙ୍କ ଚିହ୍ନା ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ  ହୋଇଥିଲା । ଇତିମଧ୍ୟରେ ଅଦ୍ଭିକ ଛାତ୍ରୀଙ୍କ କିଛି ଫଟୋ ଏବଂ ଭିଡିଓ ମୋବାଇଲରେ  ଉଠାଇ ନେଇଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା  ହୋଇଥିଲା । ଅଦ୍ଭିକ ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ । ଏଥିପାଇଁ ଉକ୍ତ  ବିଶ୍ୱବିଦ୍ୟାଳୟ ଅଧୀନ ଅନ୍ତର୍ଜାତୀୟ ସମ୍ପର୍କ କାର୍ଯ୍ୟାଳୟ(ଆଇଆର୍‌ଓ)ର ଦ୍ୱାରସ୍ଥ  ହୋଇଥିଲେ ଛାତ୍ରୀ । ଦୁଇ ଦୁଇଥର ଆପୋଷ ସମାଧାନ କରାଇଥିଲେ ମଧ୍ୟ  ଅଭିଯୁକ୍ତ ଅଦ୍ଭିକର କୌଣସି ପରିବର୍ତ୍ତନ ହୋଇନଥିଲା । ବରଂ ସେ ତାଙ୍କୁ ପୁନର୍ବାର  ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ଏହି ଘଟଣାରେ ପ୍ରକୃତି  ଅତ୍ୟନ୍ତ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସୋମବାର ସକାଳେ ଏହାକୁ କେନ୍ଦ୍ର କରି  ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ସନ୍ଧ୍ୟାରେ କଲେଜରେ ଫେଷ୍ଟିଭାଲ  ଚାଲୁଥିଲା । ପ୍ରକୃତି ହଷ୍ଟେଲ ରୁମ୍‌କୁ ଆସି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ।  ସହପାଠୀମାନେ ଆସି ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ । ତୁରନ୍ତ  ସେମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର  ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ତାଙ୍କ ସହପାଠୀମାନେ  ତାତିଥିଲେ । ଏଥିପାଇଁ ଦାୟୀ ପ୍ରେମିକଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।  

ପୁଲିସ ମାମଲାର ତଦନ୍ତ କରିବା ସହିତ ରାଜ୍ୟ ବାହାରକୁ  ଖସି ପଳାଇବା ଲାଗି ଉଦ୍ୟମ କରୁଥିବା ବେଳେ ବିମାନବନ୍ଦରରୁ  ଅଦ୍ଭିକଙ୍କୁ ଉଠାଇ ଆଣିଥିଲା । ତଦନ୍ତ ସମୟରେ ପୁଲିସ ତାଙ୍କ  ନିକଟରୁ ଏକ ମୋବାଇଲ ଓ ଏକ ଲାପଟପ୍‌ ମଧ୍ୟ ଜବତ କରିଛି ।  

ଅନ୍ୟପଟେ ଫୋରେନସିକ୍‌ ଟିମ୍‌ ଆଜି ଉକ୍ତ ହଷ୍ଟେଲରେ ପହଞ୍ଚି  ତଦନ୍ତ କରିଛି । ପ୍ରକୃତି ବ୍ୟବହାର କରୁଥିବା ଲାପଟପ୍‌ ଓ ମୋବାଇଲ ପୁଲିସ ଜବତ କରିଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ମର୍ଗରେ ରଖି  ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ସେମାନେ ପହଞ୍ଚିବା  ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ସନ୍ଧ୍ୟାରେ କିଟ୍‌  ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ହଷ୍ଟେଲରୁ ବିଦା କରିଥିବା ନେପାଳ ଛାତ୍ରଛାତ୍ରୀଙ୍କୁ  ପୁଣି ଫେରି ଆସିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଛାତ୍ରଙ୍କୁ ମାଡ଼  ମାରି ବିଦା କରିଥିବା ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ପୁଲିସ ଅଟକ ରଖିଛି । ଅପରପକ୍ଷରେ, ନେପାଳର ଷ୍ଟୁଡେଣ୍ଟ ୟୁନିୟନ ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କୁ  ଭେଟି ମୃତ ଛାତ୍ରୀ ପ୍ରକୃତିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି ।   

ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଓଡ଼ିଶା ସହ  ନେପାଳର ସମ୍ପର୍କ ବହୁ ପୁରୁଣା । କିଟ୍‌ ବିଶ୍ୱବିଦ୍ୟାଳୟ ଘଟଣା ଅତି ସ୍ପର୍ଶକାତର  ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣା ଉପରେ ପୂରା ନଜର  ରଖିଛନ୍ତି । ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ବିଭାଗ ସହ ଆମେ  ଯୋଗାଯୋଗରେ ଅଛୁ । କଟକରେ ନେପାଳ ଛାତ୍ରଛାତ୍ରୀଙ୍କୁ ଛାଡି ଦେଇଥିବାର  ଅଭାବନୀୟ ଘଟଣା ନଜରକୁ ଆସିଥିଲା । ସରକାରଙ୍କ ନିର୍ଦ୍ଦେଶ ପରେ ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ କହିଛନ୍ତି । ସରକାରଙ୍କ ତରଫରୁ  କଟକରୁ ଓଏସ୍‌ଆରଟିସି ବସ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ସେଥିରେ  ଫେରିବାକୁ ଅନୁରୋଧ କରାଯାଉଛି । କଲେଜ କର୍ତ୍ତୃପକ୍ଷ ଯେପରି ଛାତ୍ରଛାତ୍ରୀଙ୍କୁ  ଧମକ ଚମକ ନଦେବେ ସରକାର ସେଥିପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି ।  ଏହି ଘଟଣାରେ ଯିଏ ଦୋଷୀ ସେମାନେ ଦଣ୍ଡ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.