ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଶାଶୂଙ୍କୁ କେମିତି ହତ୍ୟା କରିବି ? ଡାକ୍ତରଙ୍କୁ ପରାମର୍ଶ ମାଗିଲେ ବୋହୂ, ଆଉ ତା ପରେ... 

Published By : Ankita S | February 19, 2025 2:41 PM

ବେଙ୍ଗାଲୁରୁ,୧୯/୦୨: ଶାଶୂ-ବୋହୂ ଏମିତି ଏକ ସମ୍ପର୍କ ଯାହା ଖଟାମିଠା ଭରା ହୋଇଥାଏ । ମାତ୍ର ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବୋହୂ ତାଙ୍କ ଶାଶୂଙ୍କୁ ଏତେ ଘୃଣା କରନ୍ତି ଯେ ହତ୍ୟା କରିବାକୁ ଡାକ୍ତରଙ୍କଠୁ ପରାମର୍ଶ ନେଇଥିବା ଖବର ସମ୍ନାକୁ ଆସିଛି । କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ଶାଶୂଙ୍କୁ ହତ୍ୟା କରିବାକୁ ଡାକ୍ତରଙ୍କୁ ହ୍ବାର୍ଟ୍ସଅପରେ ମେସେଜ କରି ଟିପ୍ସ ମାଗିଥିବା ଜଣାପଡିଛି । କିଛି ଏମିତି ଔଷଧ ଅଛି କି ଯାହାକୁ ଖାଇଲେ ତାଙ୍କର ମୃତ୍ୟୁ ହେବ ବୋଲି ଡାକ୍ତରଙ୍କୁ ପଚାଲିଥିଲେ ମହିଳା ଜଣଙ୍କ  । ଏହା ପରେ ଡାକ୍ତର ତୁରନ୍ତ ପୋଲିସକୁ ଖବର ଦେଇଥିବା ଜଣାପଡିଛି ।

ମେସେଜ ଆସିଥିବା ଡାକ୍ତର ସୁଶୀଳ କୁମାର ପୋଲିସକୁ କହିଛନ୍ତି, କିଛି ଦିନ ତଳେ ମୋତେ ଇନଷ୍ଟାଗ୍ରାମରେ ସହାନା ନାମକ ଜଣେ ମହିଳା ଫଲୋ ରିକ୍ୟୁଏଷ୍ଟ ପଠାଇଥିଲେ । ସେ ପ୍ରଥମେ ରୋଗୀ ହୋଇ ମୋ ସହ ଚାର୍ଟରେ କଥା ହୋଇଥିଲେ । ଏହା ପରେ ସେ ମୋ ନମ୍ବର ମାଗିଥିଲେ । ମୁଁ ବି ତାଙ୍କୁ ନମ୍ବର ଦେଇଥିଲି । ଏହାପରେ ଫେବୃଆରୀ ୧୭ ତାରିଖରେ ଯେଉଁ ମେସେଜ ଆସିଲା ତାହା ମୁଁ ପଢି ଆଶ୍ଚର୍ଯ୍ୟ ହୋଇଗଲି । ସେ ମେତେ ମେସଜରେ କହିଲେ କି, ସାହାନା-''ହ୍ୟାଲୋ ସାର୍ । ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି ମାତ୍ର ଡର ମାଡୁଛି କି ଆପଣ ମୋ ଉପରେ କାଳେ ଚିତ୍କାର କରିବେ । ଡାକ୍ତର-କୁହନ୍ତୁ କଣ କହିବେ ? ସାହାନା-ମୋତେ ଡର ଲାଗୁଛି । ଡାକ୍ତର- ଆରେ ନା ଡରନ୍ତୁ ନାହିଁ କୁହନ୍ତୁ । ସାହାନା- ମୋତେ ଏମିତି ଏକ ଔଷଧ ଦିଅନ୍ତୁ ମୋ ଶାଶୂଙ୍କୁ ହତ୍ୟା କରିପାରିବି । ଡାକ୍ତର- ହତ୍ୟା ? ସାହାନା- ମୋ ଶାଶୂ ମୋତେ ବହୁତ ନିର୍ଯ୍ୟାତନା ଦେଉଛନ୍ତି । ମୁଁ ଆଉ ସହି ପାରୁନାହିଁ । ଡାକ୍ତର-ମୁଁ ଜଣେ ଡାକ୍ତର ଆମ କାମ ଲୋକଙ୍କ ଜୀବନ ବଞ୍ଚାଇବା ନେବା ନୁହେଁ । 

ଅଧିକ ପଢନ୍ତୁ...ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଲା ସ୍କର୍ପିଓ, ୬ ମୃତ

ମହିଳା ଜଣଙ୍କ କରିଥିବା ମେସେଜର ସ୍କ୍ରିନସଟ ନେଇଥିଲେ ଡାକ୍ତର । ଏହି ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହିଳାଙ୍କ ମେସେଜ ପଢି ଡାକ୍ତରଙ୍କ ହୋସ୍ ଉଡିଯାଇଥିଲା  । ଏହାପରେ  ସେ ପୋଲିସକୁ ସୂଚନା ଦେଇଥିଲେ । ମହିଳା ଜଣକ କିଏ ତାହା ଡାକ୍ତରଙ୍କୁ ଜଣାନାହିଁ । କାରଣ ମହିଳା ଜଣଙ୍କ ମେସେଜକୁ ଡିଲିଟ କରି ଡାକ୍ତରଙ୍କ ନମ୍ବରକୁ ବ୍ଲକ କରି ଦେଇଛନ୍ତି ।  ସଞ୍ଜୟ ନଗର ଥାନା ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.