ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ସମ୍ପତ୍ତି ଲୋଭରେ ଭୁଲିଗଲା ମାନବିକତା, ସ୍ତ୍ରୀ ଓ ଦୁଇ ପୁଅଙ୍କୁ ହାଣିଲା ନୃଶଂସ ସ୍ଵାମୀ

Published By : Prameya | April 26, 2025 3:06 PM

ଭୁବନେଶ୍ଵର, ୨୬/୦୪ : ଭୁଲିଗଲା ମାନବିକତା। ସ୍ତ୍ରୀ ଓ ଦୁଇ ପୁଅଙ୍କୁ ହାଣିଲା ନୃଶଂସ ସ୍ଵାମୀ। ଜଟଣୀ ଥାନା ଅନ୍ତର୍ଗତ ଗଜପତି ନଗର, ରେତଙ୍ଗ କଲୋନୀ ରୋଡ୍‌ରେ ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଵାମୀର ଆକ୍ରମଣରେ ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର ହୋଇଛନ୍ତି। 

ସୂଚନାନୁଯାୟୀ, ଡେଲାଙ୍ଗ ଥାନା ପାଟଣାପୁର ଅଞ୍ଚଳର ଅନୁରାଧା ସାହୁ ୧୫ ବର୍ଷ ତଳେ ବାଲିପାଟଣା ଥାନା ବାଳକାଟୀ ଅଞ୍ଚଳର ଅମୁଲ୍ୟ ସାହୁକୁ ବିବାହ କରିଥିଲେ। ବିବାହ ଦିନଠାରୁ ଅମୁଲ୍ୟ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ରାତିରେ ଅମୁଲ୍ୟ ଅନୁରାଧାଙ୍କ ନାଁରେ ଥିବା ଜମିକୁ ନିଜ ନାଁରେ କରିବା ପାଇଁ କହିଥିଲେ। ଅନୁରାଧା ରାଜି ନହେବାରୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଅନୁରାଧା ପାଟି କରିବାରୁ ଦୁଇ ପୁଅ ଦୌଡ଼ି ଆସିଥିଲେ। ଅମୁଲ୍ୟ ଦୁଇ ପୁଅଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଦୁଇ ପୁଅ ଓ ମାକୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଏନେଇ ଅନୁରାଧାଙ୍କ ଭାଇ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅମୁଲ୍ୟକୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.