ବଡ଼ବିଲ,୦୨/୦୭ : ମାଙ୍ଗାନିଜ୍ ଖଣିରେ ଧସିଲା ମାଟି ଅତଡ଼ା । ମାଟି ଅତଡ଼ା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଚାକୁଣ୍ଡି ଦଲପାହାଡ଼ ନିକଟରେ ଏଭଳି ଘଟଣା ଘଟିଛି । ୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ, କାଣ୍ଡେ ମୁଣ୍ଡା ।
ସୂଚନା ମୁତାବକ, ବୈତରଣୀ ସଂରକ୍ଷିତ ଜଙ୍ଗଲ ଭିତରେ ଚୋରାରେ ଚାଲିଥିଲା ମାଙ୍ଗାନିଜ୍ ଉତ୍ତୋଳନ । ମଙ୍ଗଳବାର ଅପରାହ୍ନ ସମୟରେ ମାଙ୍ଗାନିଜ୍ ଖୋଳାଯାଉଥିବା ସମୟରେ ମାଟି ଅତଡ଼ା ଧସି ଯାଇଥିଲା । ମାଟି ଅତଡ଼ା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।